thelifelinemedia
Latest Odisha News, Breaking News Today

ଏଥର ରଥଯାତ୍ରାରେ ୧୦ରୁ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ, ପଲିଥିନ୍ ନିଷେଦ

ପୁରୀ: ଚଳିତ ରଥଯାତ୍ରାରେ ୧୦ରୁ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା କରିଛି ପ୍ରଶାସନ । ଏଥି ନିମନ୍ତେ ଗତ ରଥଯାତ୍ରା ବୈଠକରେ ପ୍ରଶାସନ ଅନୁମାନ ଲଗାଇଛି । ଚଳିତ ରଥଯାତ୍ରାରେ ପରିବେଶ ପ୍ରଦୂଷଣ ରୋକିବାକୁ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପାଣି ପାଉଚ୍ ଓ ପଲିଥିନ୍ ବ୍ୟାଗ ବ୍ୟବହାର ନିଷେଧ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।
ପଲିଥିନ୍ ବଦଳରେ କାଗଜ ବ୍ୟାଗ୍, କାଗଜ କପ୍ ଓ କାଗଜ ଗ୍ଲାସ୍ ବ୍ୟବହାର ସୁନିଶ୍ଚିତ କରାଇବା ନିମନ୍ତେ ନିୟୋଜିତ ନୋଡାଲ୍ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରଥଯାତ୍ରାର ପ୍ରଥମ ସମନ୍ୱୟ କମିଟି ବୈଠକ ବସି ସାରିଥିବା ବେଳେ ଦ୍ୱିତୀୟ ବୈଠକ ହେବାକୁ ଯାଉଛି । ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥାଏ । ବିଜେପି ରାଜ୍ୟରେ ସରକାର କରିବାକୁ ଯାଉଥିବାରୁ ନୂଆ ସରକାରରେ ନିଯୁକ୍ତ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୨୩୧ ସ୍ୱେଚ୍ଛାସେବୀ ସଂସ୍ଥା ଖାଦ୍ୟ, ପାଣି ବଣ୍ଟନ, ଆଶୁ ଚିକିତ୍ସା, ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତା ସଫେଇ, ଆମ୍ବୁଲାନ୍ସ ସେବା କାମରେ ମୁତୟନ ହେବା ନେଇ ପ୍ରସ୍ତୁତି ହୋଇଛି । ଏହା ମଧ୍ୟରୁ ସୁରକ୍ଷା କାର୍ଯ୍ୟରେ ୫୨ ସ୍ୱେଚ୍ଛାସେବୀ ସଂଗଠନ ପ୍ରଶାସନକୁ ସହାୟତା କରିବେ । ଏହାକୁ ନେଇ ସ୍ୱେଚ୍ଛାସେବୀମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ।

Leave A Reply

Your email address will not be published.