thelifelinemedia
Latest Odisha News, Breaking News Today

ଘନେଇଲା ବାତ୍ୟା ଭୟ, ଓଡିଶାରେ ମାଡ ହୋଇପାରେ ବାତ୍ୟା, ପୂର୍ବାନୁମାନ କଲେଣି ଏକାଧିକ ପାଣିପାଗ ମଡେଲ

ଭୁବନେଶ୍ୱର: ବାତ୍ୟା ପାଇଁ ପାଗ ଅନୁକୂଳ।ପ୍ରବଳ ପବନ ସାଙ୍ଗକୁ ବର୍ଷା ଛେଚିବ। ଉପକୂଳ ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ଓ ପବନ ଧୁମ ମଚାଇବା। ତୃତୀୟ ପର୍ଯ୍ୟାୟ ଭୋଟ ଦିନ ସଂନ୍ଧ୍ୟା ବେଳକୁ ବାତ୍ୟା ପାରାଦ୍ୱୀପ ଓ ବାଲେଶ୍ୱର ମଧ୍ୟରେ ମାଡ ହୋଇପାରେ ବୋଲି ଆକଳନ କରୁଛନ୍ତି ବିଦେଶୀ ପାଣିପାଗ ସଂସ୍ଥା। ଯଦିଓ ଭାରତୀୟ ପାଣିପାଗ ବାତ୍ୟାକୁ ନେଇ କିଛି ପୂର୍ବାନୁମାନ କରିନି କିନ୍ତୁ ବିଭିନ୍ନ ପାଣିପାଗ ସଂସ୍ଥା ଆଗକୁ ଯାଇ ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରିଛନ୍ତି।

ଜିଏଫଏସ ମଡେଲ କହୁଛି ୨୫ତାରିଖ ସଂନ୍ଧ୍ୟା ୮ବେଳକୁ ଧାମରା ପାଖାପାଖି ମାଡ଼ ହୋଇପାରେ।ତା ପୂର୍ବରୁ ସକାଳୁ ବର୍ଷା ପବନ ଆରମ୍ଭ ହୋଇଯିବ।ସେହିପରି ଅନ୍ୟ ଏକ ମଡେଲ ଇସିଏମଡବ୍ଲୁ କହୁଛି ୨୫ତାରିଖ ୯ଟା ବେଳକୁ ବାତ୍ୟା ଧାମରା ପାଖାପାଖି ସ୍ଥଳ ଭାଗ ଛୁଇଁପାରେ। ତେବେ ଆଉ ଏକ ମଡେଲ ଆକସେସ କହୁଛି ଏଇ ଲଘୁଚାପ ଅଧିକ ବଳୁଆ ହୋଇ ଅବପାତ ପରେ ତୀବ୍ର ଅବପାତ ହୋଇ ବାତ୍ୟା କିମ୍ବା ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ରପଦେଶରେ ମାଡ ହେବ।
ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବଅନୁମାନ କରିନି।୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି କହିଛି ବିଭାଗ । ଏହା ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡିଶା ମୁହାଁ ହୋଇପାରେ। ତଥାପି ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କିଛି ସ୍ପଷ୍ଟ ଭାବେ ସୂଚନା ଦେଇନାହିଁ ଭାରତୀୟ ପାଣିପାଗ ବିଭାଗ।

Leave A Reply

Your email address will not be published.