thelifelinemedia
Latest Odisha News, Breaking News Today

ବଡ଼ ବନ୍ୟା ଟାଳିବାକୁ ପ୍ରଶାସନକୁ ସଜାଗ କରାଯାଇଛି

ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା। ପ୍ରବଳ ବନ୍ୟାକୁ ଏଡ଼ାଇ ପାଇଁ ପଦକ୍ଷେପ ନିଆଯାଉଛି। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ସେ କହିଛନ୍ତି, ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରାଗଲା। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ। ହୀରାକୁଦରେ ୬୨୧ ଫୁଟ ପାଣି ରହିଛି। ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଏହି ପାଣି ଆହୁରି ବଢ଼ିବ।

ସେ ଆହୁରି କହିଛନ୍ତି, ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ସବୁଠାରୁ ଅଧିକ ୭ଟି ବ୍ଲକରେ ୨୦୦ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି। ୧୩୨ଟି ବ୍ଲକ ରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢ଼ିଛି।

ଆସନ୍ତାକାଲି ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇପାରେ। ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ। ପ୍ରବଳ ବନ୍ୟା ହୋଇପାରେ। ହୀରାକୁଦର ୮ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ୱାରା ହୀରାକୁଦରୁ ବନ୍ୟା ଜଳ ଛାଡ଼ିବା କମିଛି। ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ।

Leave A Reply

Your email address will not be published.