thelifelinemedia
Latest Odisha News, Breaking News Today

ହୀରାକୁଦ ଜଳଭଣ୍ଡାରରୁ ୮ଟି ଗେଟ୍‌ ବନ୍ଦ

ସମ୍ବଲପୁର: ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହୀରାକୁଦ ଜଳଭଣ୍ଡାରରୁ ୮ଟି ଗେଟ୍‌ ବନ୍ଦ ହୋଇଛି। ଡ୍ୟାମରୁ ୮ଟି ଗେଟ୍‌ ବନ୍ଦ ହେବା ପରେ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା। ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୧୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।

ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ଗତକାଲି ଠାରୁ ଜଳମଗ୍ନ ହୋଇଛି। ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳା ଠାରୁ ସେନାପୁର ସହରକୁ ଯୋଡ଼ୁଥିବା ବାଏପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି।  କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି। ଗତକାଲି ଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରୁଛି। ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି।

Leave A Reply

Your email address will not be published.