ଚାକର ଘରୁ ମିଳିଲା କୋଟି କୋଟି ଟଙ୍କା, ଟଙ୍କା ଗଣି ମେସିନ ଖରାପ, ହାଲିଆ ହେଲେ ଅଧିକାରୀ

ରାଞ୍ଚି:ଚାକର ଘରୁ ମିଳିଲା କୋଟି କୋଟି ଟଙ୍କା। ୪୦କୋଟିରୁ ଅଧିକ ଠାବ ହେଲାଣି କଳାଧନ। ହେଲେ ଟଙ୍କା ଗଣା ସରୁନି। ମେସିନ ଖରାପ ହେଲାଣି। ଅଧିକାରୀ ହାଲିଆ ହେଲେଣି କିନ୍ତୁ ଟଙ୍କା ଗଣା କାମ ସରୁନି।
ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ସହାୟକ ବା ଚାକର ଘରୁ ନଗଦ କୋଟି କୋଟି ଟଙ୍କା ଜବତ କରିଛି ଇଡି। ବର୍ତ୍ତମାନ ଏହି ଟଙ୍କାର ପରିମାଣ ୪୦କୋଟି ଛୁଇଁଲାଣି। ହେଲେ ଟଙ୍କା ଠାବ ସରିନି। ଆହୁରି ଟଙ୍କା ବାହାରିବା ଆଶଙ୍କାରେ ଖୋଳତାଡ଼ କରୁଛନ୍ତି ଇଡି ଅଧିକାରୀ।
ଆଲମଗିରିଙ୍କ ମନ୍ତ୍ରାଳୟରେ ଦୁର୍ନୀତି ଚାଲିଥିବା ଏବଂ ଏଇ ଦୁର୍ନୀତି ଟଙ୍କା ତାଙ୍କ ପିଏସଙ୍କ ଚାକର ଘରକୁ ପଠା ଯାଉଥିବା କଥା ଜାଣିବା ପରେ ଇଡି ଏ ନେଇ ଖୋଳତାଡ଼ କରିଥିଲା। ଛାପା ମାରିବା ପରେ ଏବେ ଚାକର ଘରୁ ମିଳିଥିବା ଟଙ୍କାର ପରିମାଣ ଦେଖି ଇଡି ଅଧିକାରୀ ତାଯୁବ ହୋଇପଡିଛନ୍ତି। ଏ ପୁରା ଘଟଣାର ଲିଙ୍କ ୧୦ ହଜାର ଲାଞ୍ଚ ମାମଲା ସହିତ ଜଡିତ। ଏହି ମାମଲାକୁ ନେଇ ପିଏସ ସଂଜୀବ ଲାଲଙ୍କ ପାଖରେ ପହଞ୍ଚିଥିଲା ଇଡି।