ବିଜେପି ଶୀର୍ଷନେତୃତ୍ୱଙ୍କ ଘମାସନ ଓଡିଶା ଗସ୍ତ, ଜୟଶଙ୍କର ନଡ୍ଡା ଓ ମୋଦିଙ୍କ ମାରାଥନ ଓଡିଶା ଗସ୍ତ

ଭୁବନେଶ୍ୱର:ଓଡିଶା ଉପରେ ଏବେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ନଜର।ଘମାସାନ ପ୍ରଚାର କରିବା ପାଇଁ ଓଡିଶା ମୁହାଁ ହେଉଛନ୍ତି ବିଜେପିର ହେଭି ୱେଟ ନେତା।ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଛି ମେ ୧୩ରେ।ତେଣୁ ବିଜେପି ଏଥର ଓଡିଶାରେ ଭଲ ପ୍ରଦର୍ଶନ କରିବା ପାଇଁ ବିଜେପିର ଟାର୍ଗେଟ ରହିଛି।ପୂର୍ବରୁ ଥରେ ଥରେ ଅମିତ ସାହା ଓ ଜେପି ନଡ୍ଡା ଓଡିଶା ଆସି ଗୁରୁମନ୍ତ୍ର ଦେଇ ସାରିଛନ୍ତି। ଏବେ ଆଗକୁ ଧାଡି ଧାଡି ହୋଇ ବିଜେପିର ଶୀର୍ଷ ନେତୃତ୍ୱ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ୪ ତାରିଖରେ ଜୟଶଙ୍କର, 5ରେ ନଡ୍ଡା ଏବଂ ୬ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ଓଡ଼ିଶା।ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ।୪ ଓ ୫ତାରିଖ ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏସ. ଜୟଶଙ୍କର । ୪ ତାରିଖ ଦିନ ୧୧ଟାରେ ଭୁବନେଶ୍ଵରରେ ପହଞ୍ଚିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ।ଭୁବନେଶ୍ଵରରେ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ସମ୍ପାଦକ ମାନଙ୍କ ସହ କରିବେ ବୈଠକ ।ଏହାସହ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ଏସ. ଜୟଶଙ୍କର ।୫ତାରିଖ ଦିନ କଟକରେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ । ତାପରେ ସମ୍ବଲପୁରରେ ମଧ୍ୟ ବୁଦ୍ଧିଜୀବୀଙ୍କ ଗହଣରେ ଯୋଗ ଦେବେ ଜୟଶଙ୍କର ।ଭାରତ ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ଦୁଇ ଦିନ ଧରି ଚର୍ଚ୍ଚା ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ।ପରେ ଆସନ୍ତା ୫ ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।ଅପରାହ୍ନ ୩ଟା ବେଳେ ଭୁବନେଶ୍ଵରରେ ପହଞ୍ଚିବେ ନଡ୍ଡା । ଭୁବନେଶ୍ବରରେ ୨୪ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକ ରଣନୀତି ପ୍ରସ୍ତୁତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।ଏହାପରେ କଟକରେ ମଧ୍ୟ କର୍ମକର୍ତ୍ତା ବୈଠକରେ ନଡ୍ଡା ।
ସେହିପରି ଆସନ୍ତା ୬ ତାରିଖ ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପରେ ପରେ ଲଗାତାର ଆସନ୍ତା ମାସେ ଧରି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି କେନ୍ଦ୍ରୀୟ ନେତା ମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ନିର୍ବାଚନଠାରୁ ୨୪ ନିର୍ବାଚନରେ ବିଜେପି ଅଧିକ ଆକ୍ରମକ ମୁଡ଼ରେ ଥିବାବୋଲି ଜଣାପଡୁଛି।ବାର ବାର ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଉଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ।