thelifelinemedia
Latest Odisha News, Breaking News Today

କଂଗ୍ରେସର ବଡଭାଇ ରୋଲ, ମେଣ୍ଟ ସହଯୋଗୀଙ୍କ ପାଇଁ କମ ଆସନରେ ଲଢ଼ୁଛି କଂଗ୍ରେସ

ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟରେ କଂଗ୍ରେସର ବଡ ଭାଇ ଭୂମିକା। ସବୁ ଆସନରେ ଦଳ ନଲଢ଼ି ମେଣ୍ଟ ସହଯୋଗୀଙ୍କୁ ସ୍ପେସ ଦେଇଛି କଂଗ୍ରେସ। ୨୪ ଲୋକସଭା ନିର୍ବାଚନରେ ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏକ ଭିନ୍ନ ପରାମ୍ପରା ସୃଷ୍ଟି କରିବାକୁ ଯାଉଛି। ଦଳ ଏହି ନିର୍ବାଚନରେ ସବୁଠୁ କମ୍‌ ଆସନରେ ଲଢିବାକୁ ଯାଉଛି ଯାହାକି କଂଗ୍ରେସ ଇତିହାସରେ ପ୍ରଥମ। ଜାତୀୟ ଏବଂ ସର୍ବପୁରାତନ ଦଳ ହିସାବରେ କଂଗ୍ରେସ ପ୍ରଥମ ଥର ସବୁଠୁ କମ ଅସନାରେ ଲଢେଇ କରିବ। ଇଣ୍ଡିଆ ମେଣ୍ଟରେ କଂଗ୍ରେସ ସବୁଠୁ ବଡ ଦଳ। ତେଣୁ ବଡ ଭାଇର ଦାୟିତ୍ୱ କଂଗ୍ରେସ ତୁଲାଇବା ଆବଶ୍ୟକ। ନିର୍ବାଚନୀ ରଣନୀତି ଦୃଷ୍ଟିରୁ କଂଗ୍ରେସ ମେଣ୍ଟ ସହଯୋଗୀଙ୍କ ଅନେକ କିଛି ତ୍ୟାଗ କରିଥିବା କୁହାଯାଉଛି। ବତ୍ତର୍ମାନ ସୁଦ୍ଧା କଂଗ୍ରେସ ପକ୍ଷରୁ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୭୮ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଥିଲା ବେଳେ ଆଗାମୀ ଦିନରେ ଆଉ ୨୦ ଜଣଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି। ଯଦି ଏହା କରାଯାଏ ତେବେ ଚଳିତ ନିର୍ବାଚନରେ କଂଗ୍ରେସର ମୋଟ ପ୍ରାର୍ଥୀ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିବେ । ୫୪୩ ଲୋକସଭା ଆସନ ମଧ୍ୟରୁ ଦେଶର ସର୍ବ ପୁରାତନ ଦଳ ମାତ୍ର ୩୦୦ ଆସନରେ ଲଢିବା ସ୍ବାଧୀନତ୍ତୋର ରାଜନୀତିରେ ପ୍ରଥମ ବୋଲି କୁହାଯାଉଛି। କଂଗ୍ରେସ ୨୦୧୯ରେ ମୋଟ ୪୨୧ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା ବେଳେ ୨୦୧୪ରେ ୪୬୪ ଏବଂ ୨୦୦୯ ନିର୍ବାଚନରେ ୪୪୦ ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା। ପୂର୍ବରୁ କେବଳ ୨୦୦୪ ନିର୍ବାଚନରେ ସବୁଠୁ କମ୍‌ ଆସନ ଭାବେ ଦଳ ୪୧୭ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା। କିନ୍ତୁ ଚଳିତ ନିର୍ବାଚନରେ ଏହି ସଂଖ୍ୟା ସବୁଠାରୁ କମ୍‌ ରହିଛି।

କଂଗ୍ରେସ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇ ନିର୍ବାଚନ ଲଢୁଥିବାରୁ ଏଭଳି ସ୍ଥିତି ଉପୁଜିଛି ଥିବା କୁହାଯାଉଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ଇଣ୍ତିଆ ମେଣ୍ଟର ସଦସ୍ୟ ଦଳଙ୍କୁ ଅଧିକ ଗୁରୁତ୍ୱ ଦେଇ ଦଳ ନିଜର ଆସନ ସଂଖ୍ୟା ହ୍ରାସ କରିଛି ବୋଲି କଂଗ୍ରେସ କହିଛି।

ଏନସିପ, ଶିବସେନା, ସିପିଆଇ ଓ ସମାଜବାଦୀ ପାର୍ଟି ସହ କଂଗ୍ରେସ ବିଭିନ୍ନ ରାଜ୍ୟରେ ମେଣ୍ଟ କରିଥିବାରୁ ପୂର୍ବାପେକ୍ଷା କମ ଆସନରେ ନିଜର ପ୍ରାର୍ଥୀ ଦେଇଛି ।ଏଭଳି ସ୍ଥିତି ୨୦୦୪ରେ ଦେଖିବାକୁ ମିଳିଥିଲା ଯାହାର ପୁନରାବୃତ୍ତି ଘଟିଛି ୨୦୨୪ରେ।

Leave A Reply

Your email address will not be published.