thelifelinemedia
Latest Odisha News, Breaking News Today

କଂଗ୍ରେସରୁ ଟିକେଟ ମିଳିବାର ଦୁଇ ଦିନ ପୂରିନି, ବିଜେଡି ନେତାଙ୍କୁ ଭେଟିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଟିକେଟ ବିକ୍ରି ହେଉଛି ବୋଲି ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଛି ।ଟଙ୍କା ଦିଅ ଟିକେଟ ନିଅ ଆଉ ଟଙ୍କା ଯଦି ନାହିଁ ଟିକେଟ ବି ନାହିଁ। ଟିକେଟ ବିକ୍ରିକୁ ନେଇ ଏକ ବଡ ସିଣ୍ଡିକେଟ ଚାଲିଛି ରାଜ୍ୟ କଂଗ୍ରେସରେ। ଯାହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ ପିସିସି ସଭାପତି ଶରତ ପଟ୍ଟନାୟକ।

ନିଜେ ଏକାକୀ ଶରତ ଏଇ ଟିକେଟ ବିକ୍ରି ସରଞ୍ଚନା ରଚି ନାହାନ୍ତି ତାଙ୍କୁ ସହଯୋଗ କରୁଛନ୍ତି ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ଃ ଅଜୟ କୁମାର। ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅର୍ଥାତ ମିଳିମିଶି ଟିକେଟ ବିକ୍ରି କରି ଟଙ୍କା ଖାଇଛନ୍ତି କଂଗ୍ରେସର ବହୁ ବରିଷ୍ଠ ନେତା।ଶାଗ ମାଛ ଦରରେ ଟିକେଟ ବିକିଛନ୍ତି ଏମାନେ।

କୁହାଯାଉଛି ୬୪ ବିଧାନସଭା ସିଟ ସହିତ ଅନେକ ଲୋକସଭା ସିଟ ବିକ୍ରି କରାଯାଇଛି। ରାଜ୍ୟ କଂଗ୍ରେସର ନିର୍ବାଚନୀ ପ୍ରଭାରୀ ଡ଼ଃ ଅଜୟ କୁମାରଙ୍କ ନିର୍ଦ୍ଧେଶରେ ଏହି ସବୁ କାମ ହେଉଛି। କନ୍ଧମାଳ, ପୁରୀ, କଳାହାଣ୍ଡି ଭଳି ସଂସଦୀୟ କ୍ଷେତ୍ରରେ ଅଧିକ ମାତ୍ରାରେ ଟିକେଟ ବିକ୍ରି ହୋଇଥିବା କଥା କୁହାଯାଉଛି। ସବୁଠୁ ଟଙ୍କା ନେଇ ଟିକେଟ ଡିଲ କରିବାରେ ଆଗରେ ଅଛନ୍ତି ତାରା ବାହିନୀ ପତି। ସେ କୁଆଡେ ୧୩ଟି ବିଧାନସଭା ସିଟ ହାତେଇ ନେଇ ଟଙ୍କା ଅସୁଲ କରିଛନ୍ତି।

ଗୋଟିଏ ଟିକେଟ ପିଛା ୪ରୁ ୫ଲକ୍ଷ ଦରରେ ଟିକେଟ ବିକ୍ରି କରିଛନ୍ତି ସେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟଙ୍କା ଦେଇ କଂଗ୍ରେସରୁ ଟିକେଟ ନେଇଥିଲେ ନେତା । ତେବେ କଂଗ୍ରେସ ପାର୍ଥି ଘୋଷଣା ହେବାର 2 ଦିନ ନପୂରୁଣୁ ଟିକେଟ ପାଇଥିବା ନେତା ବିଜେଡିର ଜଣେ ପ୍ରଭାଵଶାଳୀ ନେତାଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ଟିକେଟକୁ ଖାତିର ନକରି ବିଜେଡି ମୁଁହା ହୋଇଥିବା ନେଇ ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.