thelifelinemedia
Latest Odisha News, Breaking News Today

କେମିତି ହେଲା ବାରବାଟୀ ଵସ ଦୁର୍ଘଟଣା, ତଦନ୍ତ କଲା ପରିବହନ ବିଭାଗ

ଭୁବନେଶ୍ୱର : ଜଣାପଡିଲା ବାରବାଟୀ ବସ ଦୁର୍ଘଟଣା ପଛର କାରଣ। ଗାଡି ଚାଳକଙ୍କ ବେପରୁଆ ମନୋଭାବ ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଗଲା। ଗାଡି ଡ୍ରାଇଭରର ହିଁ ସବୁ ଭୁଲ ବୋଲି ଜଣାପଡିଛି।
ଯାଜପୁର ବାରବାଟୀ ଵସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି ପରିବହନ ବିଭାଗ। ଯୁଗ୍ମ କମିଶନର ଲାଲ ମୋହନ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାର କାରଣ ଖୋଜିଛନ୍ତି। ତ୍ରୁଟିଯୁକ୍ତ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି ବୋଲି କହିଛି ପରିବହନ ବିଭାଗ। ଵସ ଚାଳକ ଫେରାର ଅଛନ୍ତି ନା ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ସେ ନେଇ ଅନୁଧ୍ୟାନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଚାଳକଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ପାଇଁ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଯୁଗ୍ମ କମିଶନର କହିଛନ୍ତି।

ରାସ୍ତା ଠିକ ଅଛି। କୌଣସି ତ୍ରୁଟି ରାସ୍ତାରେ ନାହିଁ। ପ୍ରଶସ୍ତ ଚଉଡା ରାସ୍ତା ଅଛି। ରାସ୍ତା କଡ଼ରେ ଗାର୍ଡ ଅଛି। ରାସ୍ତା କଡ ବ୍ୟାରିକେଡ଼ରେ ରିଫ୍ଲେକ୍ଟର ଲାଗିଥିବା ସତ୍ତ୍ୱେ ଗାଡି ଦୁର୍ଘଟଣା ଘଟିଛି ବୋଲି ସୂଚନା ଦେଇଛନ୍ତି। ଦୁର୍ଘଟଣା ସମୟରେ ଵସର ବେଗ ଅଧିକ ନ ଥିବା ଅନୁମାନ କରାଯାଉଛି। କୌଣସି କାରଣରୁ ଡ୍ରାଇଭରଙ୍କର ଏକାଗ୍ରତା ଭଙ୍ଗ ଦୁର୍ଘଟଣାର କାରଣ ହୋଇ ଥାଇ ପାରେ ବୋଲି କହିଛନ୍ତି ପରିବହନ ଅଧିକାରୀ। ଡ୍ରାଇଭିଂ ବେଳେ ମୋବାଇଲ୍ ବ୍ୟବହାର କିମ୍ବା ରଙ୍ଗ ସାଇଡ ଓଭରଟେକିଂ ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ଏହି ପରି ଦୁର୍ଘଟଣା ହାର କମାଇବା ପାଇଁ “ସୁ-ବାହକ” ଅଭିଯାନ ଅନୁଯାୟୀ ରାଜ୍ୟର ୫୦ ହଜାର ଗାଡି ଚାଳକଙ୍କୁ ଏବେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ଦେଇଛନ୍ତି ଅଧିକାରୀ। ଡିସଚାର୍ଜ ହୋଇଥିବା ଆହତ ମାନଙ୍କୁ ଘରେ ନେଇ ଛାଡିବା ପାଇଁ ବ୍ୟବସ୍ଥା କରୁଛି ପରିବହନ ବିଭାଗ।
ଗତକାଲି ବିଳମ୍ବିତ ରାତିରେ ଯାଜପୁର ବାରବାଟୀ ଓଭର ବ୍ରିଜ ରେ ବସ ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ବସଟି ପୋଲ ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.