ବଡ ଦୁର୍ଘଟଣା: ଓଲଟିଲା ବସ, 6 ମୃତ ଓ 40ରୁ ଅଧିକ ଆହତ

ଯାଜପୁର: ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ୧୬ ନଂ ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟି ଛକ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ବସଟି ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ କୁଆଖିଆ ନିକଟରେ ଏନଏଚ୍-୧୬ରେ ବାରବାଟି ଛକଠାରେ ଭାରସାମ୍ୟ ଓଭର ବ୍ରିଜ ତଳକୁ ଖସିପଡିଛି ବସ୍ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସରେ ୫୦ ରୁ ୫୫ ଜଣ ଯାତ୍ରୀ ଥିବା ସୂଚନା। ବସ୍ ତଳେ କେତେକ ଯାତ୍ରୀ ଚାପି ହୋଇ ରହିଯାଇଥିବା ଜଣାପଡିଛି ।