thelifelinemedia
Latest Odisha News, Breaking News Today

ବଢ଼ିଲା ଭଡ଼ାଟିଆଙ୍କ ଚିନ୍ତା: ଘରଭଡ଼ାରେ ଦେବାକୁ ପଡ଼ିବ ୧୮% ଜିଏସ୍‌ଟି

ଭଡ଼ାଟିଆଙ୍କ ଚିନ୍ତା ବଢ଼ିଲା। ଘରଭଡ଼ାରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଜିଏସ୍‌ଟି। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ ଏଭଳି ପ୍ରାବଧାନ ରହିଛି। ତେବେ କେଉଁ ଭଡ଼ାଟିଆମାନଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ ବ୍ୟବସାୟିକ ୟୁନିଟ୍‌କୁ ଭଡ଼ା ଦେଇଥିଲେ ସେଥିରେ ଭଡ଼ାଟିଆକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି।

ଶୁକ୍ରବାର ଏନେଇ ସ୍ପଷ୍ଟୀକରଣ ଦେବା ବେଳେ ସରକାର କହିଛନ୍ତି ଯେ ଯଦି ଆବାସିକ ସ୍ଥଳୀକୁ କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତଗତ ବ୍ୟବହାର ଭଡ଼ା ଦିଆଯାଇଥାଏ। ତେବେ ସେଥିରେ ଜିଏସ୍‌ଟି ଦେବାକୁ ପଡ଼ିବ ନାହିଁ।

ଜାଣନ୍ତୁ ଭଡ଼ାଟିଆଙ୍କ ପାଇଁ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମ ବିଷୟରେ

୧. ନୂଆ ନିୟମ ଅନୁସାରେ କେବଳ ଜିଏସ୍‌ଟି ପଞ୍ଜିକୃତ ଭଡ଼ାଟିଆମାନେ କୌଣସି ସମ୍ପତ୍ତି ଭଡ଼ା ନେଲେ ସେଥିରେ ୧୮ ପ୍ରତିଶଥ ଜିଏସ୍‌ଟି ଦେବେ। କେବଳ ଜିଏସ୍‌ଟି ପଞ୍ଜିକୃତ ଭଡ଼ାଟିଆମାନଙ୍କ ପାଇଁ ଏହି କର ଲାଗୁ ହେବ। ସମ୍ପତ୍ତିର ମାଲିକ ଜିଏସ୍‌ଟି ପୈଠ କରିବେ ନାହିଁ।

୨.ଯେଉଁ ଭଡ଼ାଟିଆ ଆବାଶିକ ଘର ଭଡ଼ା ନେଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଉଥିବା ସେମାନଙ୍କ ଠାରୁ ୧୮ ପ୍ରତିଶଥ ଜିଏସ୍‌ଟି ନେବେ ସରକାର।

୩. ଭଡାଟିଆ ରିଜର୍ଭ ଚାର୍ଜ ମେକାନିସମ୍(RCM) GST ପୈଠ କରିବେ। ସେହିଭଳି ITC(ଇନ୍‌ପୁଟ୍‌ ଟେକ୍ସ କ୍ରେଡିଟ୍)ରେ ଭଡ଼ାଟିଆ ଜିଏସ୍‌ଟି ପୈଠ କରିଥିବା ନେଇ ଦାବି କରିପାରିବେ।

୪. ଜିଏସ୍‌ଟି ପଞ୍ଜିକୃତ ଭଡାଟିଆଙ୍କ ମଧ୍ୟରେ ବ୍ୟକ୍ତି ଓ କର୍ପୋରେଟ୍ ସଂସ୍ଥା ବି ସାମିଲ ଅଛନ୍ତି।

Leave A Reply

Your email address will not be published.