thelifelinemedia
Latest Odisha News, Breaking News Today

ହାପି ବର୍ଥ ଡେ ସାରା

ମୁମ୍ବାଇ: ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ ସାରା ଅଲି ଖାନ। ଆଜି ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ ନବାବ୍‌ ସୈଫ ଅଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂ ଝିଅ ସାରା । ସାରା ଅଲି ଖାନ ନବାବ ପରିବାରର ଅଲିୟଳି ଝିଅ । ସାରା ଦେଖିବାକୁ ଠିକ୍ ତାଙ୍କ ମା ଅମୃତା ସିଂଙ୍କ ପରି। ସାର ନଟଖଟ୍‌ ଅନ୍ଦାଜ ପ୍ରଶଂସକମାନେ ପସନ୍ଦ କରନ୍ତି । ନିଜର ପ୍ରଥମ ଚଳଚ୍ଚିତ୍ରଠାରୁ ଦକ୍ଷ ଅଭିନୟ ଦେଇଥିବା ସାରା, ‘ସିମ୍ବା’, ‘କୁଲି ନମ୍ବର’, ‘ଅଟ୍ରାଙ୍ଗି ରେ’, ‘ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

ସାରା ତାଙ୍କ ସାବତ ମା କରୀନାଙ୍କ ସହ ନିବିଡ ବନ୍ଧନ ଅଛି। କେବଳ ଏତିକି ନୁହେଁ ତୈମୁର ଏବଂ ଜେହଙ୍କୁ ବହୁତ ଭଲ ପାଆନ୍ତି । ସାରା ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ମା ଅମୃତା ସିଂ ସହ ଅତି ଘନିଷ୍ଠ ଅଟନ୍ତି । ସାରା ଖୁବ୍ କମ୍ ସମୟରେ ନିଜ ପାଇଁ ଏକ ଭିନ୍ନ ଏବଂ ବଡ ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ଚର୍ଚ୍ଚା । ଲାଇମ୍‌ ଲାଇଟ୍‌ରେ ରହିବାକୁ ସାରାଙ୍କୁ ଖୁବ୍‌ ପସନ୍ଦ।

ଏଥିରେ କୌଣସି ସନ୍ଦେହ ନାହିଁ । କି ସାରା ଏକ ଷ୍ଟାର୍ କିଡ୍‌ ଭାବରେ ଡେବ୍ୟୁ କରିଥିଲେ। କେଦାରନାଥ ଫିଲ୍ମରୁ ସାରା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ରଣଭୀର ସିଂଙ୍କ ସହ ସିମ୍ବାରେ ଅଭିନୟ କରିଥିଲେ। ଅନ୍ୟପକ୍ଷରେ, ସାର କାର୍ତ୍ତିକଙ୍କ ବିପକ୍ଷରେ ଲଭ୍ ଆଜ୍ କଲ୍‌ରେ ନଜର ଆସିଥିଲେ।

ବରୁଣ ଧାୱନଙ୍କ ସହ କୁଲି ନମ୍ବର ୱାନ ପରେ ଶେଷ ଥର ପାଇଁ ଫିଲ୍ମ ଅତରଙ୍ଗି ରେ ଦେଖିବାକୁ ମିଳିଥିଲା। ଖୁବ୍ ଶୀଘ୍ର ବିକି କୌଶଲଙ୍କ ସହ ମଧ୍ୟ ନଜର ଆସିବେ। ଯାହାର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏଥି ସହିତ ସେ ବିକ୍ରାନ୍ତ ମେସିଙ୍କ ସହ ଫିଲ୍ମରେ ମଧ୍ୟ ଜଲୱା ଦେଖାଇବେ।

Leave A Reply

Your email address will not be published.