thelifelinemedia
Latest Odisha News, Breaking News Today

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ, ଖଟିଆରେ କାହିଁକି ରୋଗୀ ଯାଉଛନ୍ତି ପଚାରିଲେ ନାଉରୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସମ୍ବଲପୁର-କଟକ ମଧ୍ୟରେ ଥିବା ୫୫ ନମ୍ବର ଜାତୀୟ ରାଜପଥର ବିପଜ୍ଜନକ ଅବସ୍ଥା ଯୋଗୁଁ ଗତ ଦଶନ୍ଧି ମଧ୍ୟରେ ୨୦୦ରୁ ଅଧିକ ଦୁର୍ଘଟଣା ଘଟିଛି ଏବଂ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏହି ସଡ଼କ ଦୁର୍ଘଟଣା ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କରିଛନ୍ତି।
ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ଜଣେ ବରିଷ୍ଠ ସଦସ୍ୟଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଣବ ଧର୍ମେନ୍ଦ୍ରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଏଥିରେ ପ୍ରାଣହାନିକୁ ଦାୟୀ କରିଛନ୍ତି।
ସତ୍ତ୍ୱେ ଧର୍ମେନ୍ଦ୍ର ରାଜ୍ୟର ବିଜେପି ନେତା ହୋଇଥିଲେ ମଧ୍ୟ ଜାତୀୟ ରାଜପଥ କାମ ଅସମ୍ପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି। ଏବେ ଏହାକୁ ନେଇ ଜବାବ ଦେଇଛି ବିଜେପି।
ବିଜେପି ନେତା ନାଉରୀ ନାୟକ କହିଛନ୍ତି, ୨୫ ବର୍ଷ ସରକାର ନିଜ ବିଫଳ ରୂପାନ୍ତରଣକୁ ଲୁଚାଇବାକୁ ଚେଷ୍ଟା କେଲେ ବି କେବେ ଲୁଚିବନି। ଆଜି ରାଜ୍ୟରେ ସାଧାରଣ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି।
କେଉଁଠି ପିଇବା ପାଣି ମିଳୁନି ତ କେଉଁଠି ଲୋକମାନେ ଡାକ୍ତରଖାନାରେ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି । ଗଣମାଧ୍ୟମରେ ନିତିଦିନ ରୋଗୀମାନେ ଓ ପ୍ରସୂତି ମହିଳା ମାନେ ଖଟିଆରେ ନିଆଯାଉଥିବା ପ୍ରକାଶ ପାଉଛି । ନିକଟରେ କୁଚିଣ୍ଡା ସିମେଲବାହାଲ ଗାଁ ସମେତ ଯୁଯୁମୁରା ବ୍ଲକ ବେଲପାଣି ଗାଁ ସମେତ ଅନେକ ଅଞ୍ଚଳରେ ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ରାଜ୍ୟବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି । ଓଡ଼ିଶାର ଶିଶୁମାନେ ଅପପୁଷ୍ଟିର ଶୀକାର ହେଉଛନ୍ତି ।

Leave A Reply

Your email address will not be published.