thelifelinemedia
Latest Odisha News, Breaking News Today

ଶଙ୍ଖ ଫୁଙ୍କିଲେ ସୁକାନ୍ତ, ବିଜେଡିରେ ମିଶିଲେ ନୀଳଗିରି ବିଧାୟକ

ଭୁବନେଶ୍ୱର :ଘର ବାହୁଡ଼ିଲେ ସୁକାନ୍ତ ନାୟକ। ବିଜେପିରୁ ଇସ୍ତଫା ଦେଇଥିଲେ ଆଜି ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ଗହଣରେ ମିଶିଛନ୍ତି। ତାଙ୍କ ସହ ବହୁ ତୃଣମୂଳ ସ୍ତରର ବିଜେପି ନେତା ବି ବିଜେଡ଼ିରେ ସାମିଲ୍ ହୋଇଛନ୍ତି।ବାଲେଶ୍ଵର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ବିଜେପି ଛାଡିଥିଲେ ସୁକାନ୍ତ ନାୟକ।୨୦୧୪ ରେ ସରକାରୀ ଚାକିରି ଛାଡ଼ି ବିଜେଡିରୁ ତାଙ୍କର ରାଜନୀତିକ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରୁ ଜିତିଥିଲେ ସୁକାନ୍ତ ନାୟକ। ୨୦୧୯ ରେ ବିଜେଡି ଛାଡି ବିଜେପି ଯାଇ ବିଜେପି ଟିକେଟ ରୁ ଜିତିଥିଲେ। ପୁନର୍ବାର ନିର୍ବାଚନ ପୁର୍ବରୁ ତାଙ୍କର ଘର ବାହୁଡ଼ା ହୋଇଛି।
ମିଶ୍ରଣ ପର୍ବ ଅବସରରେ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି ତାଙ୍କ ଯୋଗଦାନ ଫଳରେ ନୀଳଗିରି ନିର୍ବାଚନ ମଣ୍ଡଳୀ ସହ ବାଲେଶ୍ଵର ଜିଲ୍ଲା ଆଗେଇବ।

ସୁକାନ୍ତ ନାୟକ କହିଛନ୍ତି ଆରମ୍ଭରୁ ବିଜୁ ବାବୁଙ୍କ ଦ୍ଵାରା ଅନୁପ୍ରାଣିତ। କୌଣସି କାରଣରୁ ୨୦୧୯ ରେ ଦଳ ଛାଡ଼ିଥିଲି। ବିଜେପି ନେତା ମାନଙ୍କ କର୍ମୀଙ୍କ ସହ ସମନ୍ବୟର ଘୋର ଅଭାବ। ବିଜେଡି ପୁଣି ଆପଣେଇ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଆଗକୁ ନେବାକୁ କାମ କରିବୁ ବୋଲି କହିଛନ୍ତି ସୁକାନ୍ତ ନାୟକ।

Leave A Reply

Your email address will not be published.