ସୁକିନ୍ଦା ଟମକାର ଦେଶୀ ମଦ ଦୋକାନକୁ ସ୍ଥାନାନ୍ତରଣ କରାନଯାଉ

ଯାଜପୁର ଜିଲ୍ଲା ସୁକିନ୍ଦା ସ୍ଥିତ ଟମକା ଗାଁ. ପାହାଡ଼ ପର୍ବତ ଘେରା ଏହା ଏକ ଆଦିବାସୀ ଅଦ୍ୟୁଷିତ ଗାଁ ଅଟେ. ଶିକ୍ଷାର ଅବହେଳା ତେହୁ ଏମାନେ ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି. ସବୁବେଳେ ନିଜର କୌଳିକ ବୃତ୍ତି କରି ହାଟରେ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି. ଅଜ୍ଞାନ ହେତୁ ଏମାନେ ନିଶା ସେବନ କରନ୍ତି.ଆଉ ଦେଶୀରେ ପ୍ରସ୍ତୁତ ଯେପରି ହାଣ୍ଡିଆ, ମହୁଲ, ଲସି ଆଦି ପ୍ରସ୍ତୁତ କରନ୍ତି. ଯାହାକି ସ୍ବାସ୍ୟ ପ୍ରତି କ୍ଷତିକାରକ ଅଟେ.ଫଳରେ ଅନେକ ଲୋକ ରୋଗରେ ପଡୁଛନ୍ତି. ଶିକ୍ଷାର ଅଭାବ ହେତୁ କିଛି ଉପାୟ ନପାଇ ଏମାନେ ଏହି ରାସ୍ତା ହିଁ ଆପଣଉଛନ୍ତି. ତେଣୁ ସେମାନଙ୍କ ସ୍ୱାସ୍ଥ୍ୟଗତ ବିଷୟକୁ ବିଚାରକୁ ନେଇ ନିଶା ଉପରେ ନିର୍ଭରଶିଳତାକୁ ନେଇ ଆଜକୁ 6-7 ବର୍ଷ ପୂର୍ବରୁ କେତେକ ସ୍ଥାନୀୟ ମଦ ଦୋକାନ ହେଲେ ଭଲ ହୁଅନ୍ତା ବୋଲି ବିଚାର କରିଥିଲୁ. ସେତେବେଳେ ଟମକା ସୁକିନ୍ଦାର ଅବକାରୀ ବାବୁ ଗଙ୍ଗାଧର ମୋଖିକ ପ୍ରସ୍ତାବ ହେଇଥିଲୁ. ସେହି ସମୟରୁ ଆମ ଟମକା ଏରିଆରେ ସରକାରଙ୍କ ତରଫରୁ ଗୋଟିଏ ଦେଶୀ ମଦ ଦୋକାନ ଖୋଲା ଯାଇଥିଲା. ସ୍ଥାନୀୟ ଲୋକମାନେ ଦୂଷିତ ହାଣ୍ଡିଆ, ଲସି, ଦେଶୀ, ମଦ ନ ପିଇ ସରକାରୀ ଦୋକାନରୁ ଦେଶୀ ମଦ କିଣି ପିଉଥିଲେ. ଯେଉଁଟା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଆଉ ଏରିଆ ପାଇଁ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା. ପରୋକ୍ଷରେ ସରକାରଙ୍କର ରାଜସ୍ବ ମଧ୍ୟ ବୃଦ୍ଧି ପାଇଥିଲା କାରଣ ଉକ୍ତ ଗାଁଠାରୁ ଆଖପାଖ ପ୍ରାୟ 20-30:କିମି ଦୂର ପର୍ଯ୍ୟନ୍ତ କୌଣସି ଦେଶୀ ମଦ ଦୋକାନ ସରକାରଙ୍କ ତରଫରୁ ନଥିଲା. ତେଣୁ ଏହି ଦୋକାନ ଭଲ ବିକ୍ରି ମଧ୍ୟ ହେଉଥିଲା. ଗତ ବର୍ଷ ଆଉ ଏହି ବର୍ଷ ମଧ୍ୟ ଭଲ ମଦ ବିକ୍ରି କରି ଟମକା ଦେଶୀ ମଦ କାଉଣ୍ଟର ମାଲିକ ଭଲ ଲାଭବାନ ହେଉଥିଲେ. ହେଲେ ହଠାତ ଆମେ ଶୁଣିବାକୁ ପାଇଲୁ ଯେ ଦେଶୀ ମଦ ଦୋକାନଟି ଆମ ଏରିଆର ଲୋକମାନେ ପୁଣି ଦେଶୀ ହାତ ତିଆରି ମଦ ତିଆରି କରି ପିଇବେ. ଦୂଷିତ ହାଣ୍ଡିଆ ଲସି ପିଇବେ. ତେଣୁ ସେମାନଙ୍କର ସ୍ୱାସ୍ଥ୍ୟରେ ପୁଣି ସମସ୍ୟା ଦେଖାଯିବ.ଏହି ନିର୍ବାଚନ ବେଳେ ମଦ ଦୋକାନଟି ଉକ୍ତ ଏରିଆରେ ଉଠିଗଲେ ବହୁ ଅସୁବିଧା ହେବ. ଲୋକମାନେ ଇଆଡୁ ସିଆଡୁ ନିଶା ସେବନ କରି ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି. ଏଥିପାଇଁ କିଏ ଦାୟୀ ହେବ. ତେଣୁ ଉକ୍ତ ଦୋକାନଟିକୁ ସେଠାରୁ ସ୍ଥାନାନ୍ତରଣ ନକରି ସେହି ସ୍ଥାନରେ ରଖିବାକୁ ସ୍ଥାନୀୟ ଲୋକମାନେ ନିବେଦନ କରିଛନ୍ତି.