ପଦ୍ମ ଛାଡିଲେ ପ୍ରକାଶ, ବିଜେଡିରେ ହୋଇପାରନ୍ତି ସାମିଲ

ଭୁବନେଶ୍ୱର :ବିଜେପି ଛାଡିଲେ ପ୍ରକାଶ ବେହେରା। ବିଜେପିର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ବିଜେପି ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ବିଜେଡିରେ ଯୋଗ ଦେଇ ପାରନ୍ତି ପ୍ରକାଶ ବେହେରା। ପୂର୍ବରୁ ୨୦୧୪ ରେ ସେ କଂଗ୍ରେସ ଦଳରୁ ବିଧାୟକ ଥିଲେ। ୨୦୧୯ ରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ମିଶି ଥିଲେ। ବିଜେଡିର ସାଲେପୁର ପ୍ରାର୍ଥୀ ହୋଇ ପାରନ୍ତି ପ୍ରକାଶ ବେହେରା।2000 ମସିହା ରେ ସ୍ୱର୍ଗତ କାଳନ୍ଦୀ ବେହେରା କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ଙ୍କୁ 5600 ଖଣ୍ଡ ଭୋଟରେ ହରାଇ ଥିଲେ ।
2004 ରେ କାଳନ୍ଦୀ ବେହେରା ପ୍ରକାଶ ଙ୍କ ଠୁ 7800 ଖଣ୍ଡ ଭୋଟ ଅଧିକ ପାଇ ଜିତି ଥିଲେ ପରେ 2009 ନିର୍ବାଚନରେ ସ୍ୱର୍ଗତଃ ମନ୍ତ୍ରୀ କାଳିନ୍ଦୀ ବେହରାଙ୍କ ପୁଅ ଚନ୍ଦ୍ର ସାରଥୀ ବେହେରା ଏହି ନିର୍ବାଚନ ମଣ୍ଡଳିରେ ସେ ସମୟର କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ମାତ୍ର 1277ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ଜିତିଥିଲେ। ଚନ୍ଦ୍ରସାରଥୀ 66375ଖଣ୍ଡ ଭୋଟ ପାଇଥୁବା ବେଳେ ପ୍ରକାଶ 65098 ଖଣ୍ଡ ଭୋଟ ପାଇଥିଲେ। ସେଥିପାଇଁ 2014 ନିର୍ବାଚନରେ ଚନ୍ଦ୍ରସାରଥୀଙ୍କୁ ଆଉ ଟିକେଟ ମିଳିଲା ନାହିଁ ଚନ୍ଦ୍ରସରଥୀଙ୍କୁ କଟକସଦର ନିର୍ବାଚନ ମଣ୍ଡଳୀକୁ ପଠାଯାଇ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ଟିକେଟ ଦେଲା ।
ପ୍ରଶାନ୍ତ ସେତେବେଳେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ସହ ଲଢ଼ି ହାରିଲେ। ପ୍ରକାଶ ବେହେରା ପ୍ରଶାନ୍ତଙ୍କୁ 2117ଖଣ୍ଡ ଭୋଟ ବ୍ୟବଧାନରେ ହରାଇଲେ। ପ୍ରକାଶ 78,343 ଖଣ୍ଡ ଭୋଟ ପାଇଥିଲେ ଆଉ ପ୍ରଶାନ୍ତ 76,226ଖଣ୍ଡ ଭୋଟ ପାଇଥିଲେ। 2019 ନିର୍ବଚନରେ କିନ୍ତୁ ପ୍ରକାଶ ବେହେରା କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ। ହେଲେ ପୁଣିଥରେ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ସହ ଲଢ଼ିଲେ । ହେଲେ ଏଥର କିନ୍ତୁ ସେ 32,210 ଖଣ୍ଡ ଭୋଟରେ ହାରିଲେ। ପ୍ରଶାନ୍ତ 1,04,154ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରକାଶ 71, 944 ଖଣ୍ଡ ଭୋଟ ପାଇଥିଲେ।