thelifelinemedia
Latest Odisha News, Breaking News Today

ବିଜେଡିର ଶ୍ରୀମୟୀଙ୍କ ସ୍ଥାନରେ ମନ୍ମଥ

ରାଜନୀତିରେ ନବାଗତ ତଥା କଂଗ୍ରେସ ନେତା ସୁରା ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି । ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବାର କିଛି ସମୟ ପରେ ବୁଧବାର ଅପ୍ରତ୍ୟାଶିତ ଭାବେ ଏହି ଘୋଷଣା ହେବା ପରେ ବ୍ୟାପକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ବିଶେଷ କରି ବିଜେପିର ଟାଣୁଆ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ବିପକ୍ଷରେ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡିର ରଣନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଡିସେମ୍ବର ୨୦୨୩ରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବୟାନ ପରେ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଏହି ହାଇପ୍ରୋଫାଇଲ ଆସନ ପାଇଁ ପ୍ରାର୍ଥୀ ହେବେ ବୋଲି କହିଥିଲେ। କିନ୍ତୁ ଏବେ ପ୍ରାର୍ଥୀ ଆଉ ଜଣେ ହେବା ପରେ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି।

Leave A Reply

Your email address will not be published.