thelifelinemedia
Latest Odisha News, Breaking News Today

ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିଛି। ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହେବା ନେଇ ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ।

ଆଜିଠୁ ରାଜ୍ୟରେ ଶୁଖିଲା ପାଗ ସହ ଆକାଶ ମେଘମୁକ୍ତ ରହିବ। କାଲିଠୁ ପୁଣି ତାତି ବଢି ଅଧିକାଂଶ ସହରର ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ। ବିଶେଷ କରି ନୟାଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୂଆପଡା, ବଲାଙ୍ଗିର, ପାରଳାଖେମୁଣ୍ଡି ସହରର ତାପମାତ୍ରା ୩୯ ଡିଗ୍ରୀ ରହିବ। ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଅସମ୍ଭାଳ ହେବ ତାତି। ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା।

Leave A Reply

Your email address will not be published.