thelifelinemedia
Latest Odisha News, Breaking News Today

ବିଜେପିର ଲୋକସଭା ଯୋଦ୍ଧା, ଓଡିଶା ପାଇଁ 18ଜଣଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଓଡିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା। 18 ଜନ ଯୋଦ୍ଧାଙ୍କ ମୈଦାନକୁ ଛାଡିଲା ବିଜେପି। ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏହି ତାଲିକାରେ ଓଡ଼ିଶା ନାଁ ମଧ୍ୟ ସାମିଲ ଅଛି । ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି । ଭୁବନେଶ୍ବରରୁ ସାଂସଦ ଅପରାଜିତା ଷଡଙ୍ଗୀ ନିର୍ବାଚନ ଲଢିବେ । ସେହିଭଳି ପୁରୀରୁ ଲଢିବେ ସମ୍ବିତ ପାତ୍ର । କେନ୍ଦ୍ରାପଡାରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଚୟନ କରିଥିବାବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଚରୁ ନବଚରଣ ମାଝୀ, ବାଲେଶ୍ବରରୁ ପ୍ରତାପ ଷଡଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ ନିର୍ବାଚନ ଲଢିବେ । ତେବେ ଆଉ ୩ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି । କଟକ, ଯାଜପୁର ଓ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି ।

କଟକକୁ ନେଇ ବିଚାର ବିମର୍ଶ ଚାଲିଛି। କଟକ ଲୋକସଭା ପ୍ରାର୍ଥୀ ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁକୁ ନେଇ ଯଦି ଚର୍ଚ୍ଚା ହେଉଛି ହେଲେ ଚୂଡାନ୍ତ ନିଷ୍ପତ୍ତି ନିଆ ଯାଇପାରୁନି। ଯେହେତୁ ନିକଟରେ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେଇଛନ୍ତି ସେ ବିଜେପିରେ ମିଶିବା ସମ୍ଭାବନା ଅଛି। ଭର୍ତ୍ତୃହରି ବିଜେପିରେ ମିଶିଲେ କଟକ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଠିକ କରିବା ବିଜେପି ପାଇଁ କାଠିକର ପାଠ ହୋଇପାରେ। ତେଣୁ କଟକ ଲୋକସଭାକୁ ନେଇ ଅଧିକ ବିଚାର ବିମର୍ଶ କରୁଛି ବିଜେପି। ସେହିପରି ଦଳ କନ୍ଧମାଳ ଓ ଯାଜପୁର ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିନି।
18ସାଂସଦଙ୍କ ମଧ୍ୟରୁ 4ଜଣ ମହିଳା ପ୍ରାର୍ଥୀ ଦେଇଛି ବିଜେପି। ସେହିପରି 4ଜଣା ସାଂସଦଙ୍କ ଟିକେଟ କଟା ଯାଇଛି। ବିଶେଶ୍ୱର ଟୁଡୁ, ସୁରେଶ ପୂଜାରୀ, ନୀତିଶ ଗଙ୍ଗ ଦେବ ଏବଂ ବସନ୍ତ ପଣ୍ଡାଙ୍କ ଟିକେଟ କଟା ଯାଇଛି। ଚର୍ଚ୍ଚା ହେଉଛି ଯେଉଁମାନଙ୍କ ଟିକେଟ କଟିଛି ସେମାନଙ୍କୁ ଦଳ ବିଧାନସଭାରେ ପ୍ରାର୍ଥୀ କରାଇପାରେ।

Leave A Reply

Your email address will not be published.