ବିଜେଡିରେ ମିଶିଲେ ଇରାନୀ, ନୟାଗଡ଼ ରାଜନୀତିରେ ଉଷ୍ମତା, ଅରୁଣ ନା ଇରାନୀ କାହାକୁ ମିଳିବ ଟିକେଟ।

ଭୁବନେଶ୍ୱର : ବିଜେଡିରେ ମିଶିଲେ ଇରାନୀ ରାୟ। ବିଜେପିରୁ ଇସ୍ତଫା ଦେବା ପରେ ଆଜି ଵିଧି ବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଇରାନୀ ବିଜେଡିରେ ସାମିଲ ହେବା ପରେ ଏବେ ନୟାଗଡ ରାଜିନୀତିର ଉଷ୍ମତା ଶିଖର ଛୁଇଁଛି। କୁହାଯାଉଛି ଅରୁଣଙ୍କ ଜାଗାରେ ଏଥର ଇରାନୀଙ୍କୁ ଟିକେଟ ଦେଇପାରେ ଦଳ। ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରି ଅରୁଣ ସାହୁଙ୍କୁ ଦଳ ଟିକେଟ ନ ଦେଇ ପାରେ। ଇରାନୀଙ୍କୁ ନେଇ ମହିଳା କାର୍ଡ ଖେଳି ପାରେ ଦଳ। ଏଭଳି କିଛି ଉଡ଼ା ଖବର ରାଜନୀତିକ କରିଡରରେ ଚର୍ଚ୍ଚା ହେଉଛି। ଯଦିଓ ଏ କଥାରେ ସତ୍ୟତା ନାହିଁ କିନ୍ତୁ ଭିତିରି ସୂତ୍ରରୁ ବୁଝା ପଡୁଛି ଏଥର ଅରୁଣଙ୍କ ଟିକେଟ କଟି ପାରେ।
ଗତ ନିର୍ବାଚନରେ ଅରୁଣ ସାହୁଙ୍କ ପ୍ରତିଦ୍ବନ୍ଦୀ ଥିଲେ ଇରାନୀ ରାୟ। ବିଜେପି ରୁ ସେ ପ୍ରାର୍ଥୀ ଥିଲେ। ଭଲ ଭୋଟ ପାଇଥିଲେ। ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ଅରୁଣ ସାହୁଙ୍କ ଠାରୁ ହାରି ଥିଲେ। ଏବେ ବିଜେଡିରେ ମିଶିବା ପରେ ନୟାଗଡ଼ ବିଧାନସଭା ଆସନ ପାଇଁ ସେ ଟିକେଟ ହକଦାର ବୋଲି କୁହା ଯାଉଛି। ହେଲେ ସବୁ କିଛି ନିର୍ଭର କରୁଛି ବିଜେଡି ସୁପ୍ରିମୋଙ୍କ ଉପରେ। ଅରୁଣଙ୍କୁ ଭରଷା କରିବେ ନା ଇରାନୀଙ୍କୁ ନୂଆ ଚେହେରା ଭାବେ ତାଙ୍କୁ ସାମ୍ନାକୁ ଆଣିବେ ସବୁ କିଛି ନିର୍ଭର କରୁଛି ନବୀନଙ୍କ ନିଷ୍ପତ୍ତି ଉପରେ।
ବିଜେଡିରେ ସାମିଲ ହେବା ପରେ ଇରାନୀ କହିଛନ୍ତି ମୁଁ ଭାରତୀୟ ଜନତା ଦଳ ପାଇଁ ବହୁତ କାମ କରିଛି। କିନ୍ତୁ ମୋତେ ସେହି ସଂମାନ ବିଜେପି ଦେଇପାରିନାହିଁ। ମୋତେ ଦୀର୍ଘ 6 ମାସ ହେବ ମୋତେ କୌଣସି ବୈଠକରେ ଡକାଯାଇନାହିଁ। ସମ୍ବିତ ପାତ୍ର ହିଁ ଏଭଳି ଯୋଜନା କରିଛନ୍ତି। ତାଙ୍କ ପାଇଁ ହିଁ ମୁଁ ଦଳ ଛାଡ଼ୁଛି। ନୟାଗଡ଼ରେ ବିଜେପିର ସ୍ଥିତି ଏତେ ଭଲ ନାହିଁ । କିନ୍ତୁ ଆମେ କାମ କାରି ସେଠାରେ ବିଜେପିକୁ ଭଲ ସ୍ଥିତିକୁ ଆଣିଥିଲୁ। ମୋତେ ବିଜେଡି ଦଳ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ଅଧକ୍ଷଙ୍କୁ ଧନ୍ୟବାଦ ଦେଉଛି ବୋଲି ଇରାନୀ ରାୟ କହିଛନ୍ତି।