thelifelinemedia
Latest Odisha News, Breaking News Today

ଦାମ ରାଉତ ସଂକଟପନ୍ନ

ଭୁବନେଶ୍ଵର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ହୃଦଘାତର ଶିକାର ହୋଇ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦାମ । ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି । ଦାମୋଦରଙ୍କର ବ୍ରେନ ଡେଡ୍ ଥିବା କହିଛନ୍ତି ଦାମଙ୍କ ପୁଅ ସମ୍ବିତ । ତେବେ ଗତ ୧୮ତାରିଖରେ ତାଙ୍କୁ ହୃଦଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସମ୍ବିତ ।
ସୂଚନାଯୋଗ୍ୟ ଯେ, ଗତ ତିନିମାସ ତଳେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଯକୃତରେ ପାଣି ଜମିଥିବାରୁ ହସ୍ପିଟାଲରେ ତାଙ୍କର ଚିକତ୍ସା ଚାଲିଥିଲା ।

Leave A Reply

Your email address will not be published.