thelifelinemedia
Latest Odisha News, Breaking News Today

ଛୋଟ ଡ୍ରେସ୍‌ ପିନ୍ଧି ଭିସୁଟ୍ କୁ ପ୍ରବେଶ ମନା

ମଡର୍ଣ୍ଣ ଡ୍ରେସ ପିନ୍ଧି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା l ଆଗକୁ ଭିସୁଟର ବସନ୍ତ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବାବେଳେ, ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ l

ଛାତ୍ରଛାତ୍ରୀମାନେ କୌଣସି ପ୍ରକାରର ଆପତ୍ତିଜନକ ପୋଷାକ, ପାଶ୍ଚାତ୍ୟ ପୋଷାକ କିମ୍ବା ସର୍ଟ ଡ୍ରେସ୍ ପିନ୍ଧିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି । ଯଦି କୌଣସି ଛାତ୍ରଛାତ୍ରୀ ଏହି ଏହି ନିୟମ ଅନୁପାଳନ ନ କରି ଭିସୁଟକୁ ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପିରିକି ତାଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍ ବାହାର ରଖାଯିବ । କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ ।

Leave A Reply

Your email address will not be published.