thelifelinemedia
Latest Odisha News, Breaking News Today

କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ମୁହଁ ଖୋଲିଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଅରୁଣ ଗୋୟଲଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। କାହିଁକି ଅରୁଣ ଇସ୍ତଫା ଦେଲେ। ଲୋକସଭା ନିର୍ବାଚନ ତାରିଖର କେଇ ଦିନ ପୂର୍ବରୁ ଅରୁଣ ଗୋୟଲଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗୁ ରହିଥିଲା । ରାଜନୈତିକ କରିଡ଼ରରେ ତାଙ୍କ ଇସ୍ତଫା ବଡ଼ ପ୍ରସଙ୍ଗ ପାଲଟିଥିଲା। କେହି କେହି କହିଥିଲେ ରାଜନୈତିକ ଚାପ ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇ ଥାଇ ପାରନ୍ତି। କିନ୍ତୁ ଏ ସବୁ କଥାରୁ ପରଦା ଉଠିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅରୁଣଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଛନ୍ତି। ଆଜି ନିର୍ବାଚନ ତାରିଖ ଘୋଷଣା ସମୟରେ ରାଜୀବ ଅରୁଣଙ୍କ ଇସ୍ତଫା ପ୍ରସଙ୍ଗରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ବ୍ୟକ୍ତିଗତ କାରଣରୁ ଅରୁଣ ଇସ୍ତଫା ଦେଇଛନ୍ତି। ଜଣେ ରିପୋର୍ଟରଙ୍କ ପ୍ରଶ୍ନରେ ରାଜୀବ କହିଥିଲେ ଏହା ଅରୁଣଙ୍କ ବ୍ୟକ୍ତିଗତ କଥା। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି। ସେ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ। ଜଣଙ୍କ ବ୍ୟକ୍ତିଗତ କଥାକୁ ସାର୍ବଜନୀନ ସ୍ଥାନରେ ପ୍ରକାଶ କରିବା ଉଚିତ୍ ନୁହେଁ। ଅରୁଣ ଜଣେ ଭଲ ଲୋକ। ତାଙ୍କ ସହିତ ଅନେକ ଦିନ ଧରି କାମ କରିଛନ୍ତି। ତାଙ୍କର କାର୍ଯ୍ୟ ଦକ୍ଷତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି।
ଏଠି କହି ରଖୁ କିଛିଦିନ ତଳେ ଅରୁଣ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ଅରୁଣଙ୍କ ଇସ୍ତଫା ପରେ ପଦବି ଖାଲି ପଡ଼ିଥିଲା । ତାଙ୍କ ଜାଗାରେ ଜ୍ଞାନେଶ କୁମାର ଏବଂ ଅନ୍ୟ ଏକ ପଦବୀରେ ସୁଖିବିର ସିଂହ ସାନ୍ଧୁଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି

Leave A Reply

Your email address will not be published.