ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ବର: ପାରାଦୀପ ବନ୍ଦରରେ ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ଖାରଜ କରିଛନ୍ତି। ଏହି ମାମଲାରେ କେବଳ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଛି। ଅନ୍ୟପଟରେ ସିବିଆଇର ୯ ଦିନିଆ ରିମାଣ୍ଡ ଆବେଦନ ଖାରଜ ହୋଇଛି। ତେବେ ଚର୍ଚ୍ଚିତ ମିଶ୍ର ଜେଲ ଯିବା ସୁନିଶ୍ଚିତ ହୋଇଛି।
ସୂଚନାଯୋଗ୍ୟ, ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ଗତ ୬ ତାରିଖରେ ୪ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ସମୟରେ ସିବିଆଇର ଅଧିକାରୀମାନେ ଚର୍ଚ୍ଚିତଙ୍କୁ ଅଧିକ ପଚରାଉଚରା କରିଥିବା ଜଣାପଡ଼ିଛି। ଚର୍ଚ୍ଚିତଙ୍କ ରିମାଣ୍ଡ ଅବଦୀ ୯ ତାରିଖରେ ସରିଲା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।