thelifelinemedia
Latest Odisha News, Breaking News Today

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କଲେ ସ୍ୱତନ୍ତ୍ର ପୋକସୋ ଅଦାଲତ

ଜଣେ ନାବାଳିକାଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ସମ୍ପୃଙ୍କ ପୀଡ଼ିତାଙ୍କ ଦାଦାଙ୍କୁ  ହତ୍ୟା କରାଯାଇଥିଲା ୨୦୧୫ ଏପ୍ରିଲ ୧୪ରେ ଘଟିଥିବା ଏହି ଅପରାଧର ବିଚାର କରି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସ୍ୱତନ୍ତ୍ର ପୋକସୋ ଅଦାଲତ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ହଜାର ଟଙ୍କା ଜୋରିମାନା  ଘୋଷାଣା କରିଛନ୍ତି। ଜୋରିମାନା ନମିଳିଲେ  ଅଧିକ ୭ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ଏହି ମାମଲାରେ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ନାୟକକୁ ୮ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଛି। ଅନ୍ୟ ୪ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଉଭୟ ଅଭିଯୁକ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଦମ୍ବପାଳ ଗାଁରେ ବୋଲି କୁହାଯାଇଛି।

କଦମ୍ବପାଳ ଗାଁରେ ଝାମୁ ଯାତ୍ରା ଚାଲିଥିବାବେଳେ ବାପା ଓ ଦାଦା ସହ ଦେଖି ଆସିଥିବା ଜଣେ ନାବାଳିକାକୁ ଅସଦାଚରଣ କରାଯାଇଥିଲେ। ଫଳରେ ନାବଳିକାର ଦାଦା ମନୋରଞ୍ଜନ ସାହୁ ପ୍ରତିବାଦ କରିବାରୁ ତାଙ୍କୁ ଅଭିଯୁକ୍ତମାନେ କଟୁରିରେ ଆକ୍ରମଣ କରିଥିଲେ। କଟୁରି ଚୋଟରେ ଗୁରୁତର ମନୋରଞ୍ଜନ ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବନ ନାୟକ ସହ ତାର ୫ଜଣ ସାଥୀ  ଜଡ଼଼ିତ ଥିଲେ।

Leave A Reply

Your email address will not be published.