ପଶ୍ଚିମବଙ୍ଗରେ ଏକା ଲଢ଼ିବ ଟିଏମସି

କୋଲକାତା: ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗରୁ ଏକା ଲଢ଼ିବେ ମମତା ବାନାର୍ଜି । ଯାହାର ଅଭିଯାନ ମମତା ଆଜି କୋଲକାତାର ବ୍ରିଗ୍ରେଡ ପରେଡ ଗ୍ରାଉଣ୍ଡରେ ‘ଜନ ଗର୍ଜନ ସଭା’ରୁ କରିବା ନେଇ ସୂଚନା ରହିଛି । ଏହି ସଭାରେ ମମତା ରାଜ୍ୟର ସମସ୍ତ ୪୨ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ଖବରରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ମହାମେଣ୍ଟରୁ ଅଲଗା ହୋଇ ଟିଏମସି ପଶ୍ଚିମବଙ୍ଗରେ ଏକାକି ସରକାର ଗଢ଼ିବା ନେଇ ଅଣ୍ଟା ଭିଢ଼ିଛି ।
ଏହା ପ୍ରଥମ ଥର ଦଳ ବ୍ରିଗ୍ରେଡ ପରେଡ୍ ଗ୍ରାଇଣ୍ଡରେ ବଡ଼ ରାଲିରେ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ । ରାଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିର୍ ସୋସିଆଲ ମିଡିୟାରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଲୋକଙ୍କୁ ରାଲିରେ ସାମିଲ ହେବାକୁ ମମତା ଅପିଲ କରିଥିବା ଦେଖିବାକୁ ମିଳିଛି ।