thelifelinemedia
Latest Odisha News, Breaking News Today

ବଲିଉଡରେ ଭିଣେଇ-ଶାଳୀ ଯୋଡି

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି । ଇଏ ଏମିତି ଏକ ଫିଲ୍ମ ଜଗତ ଯେଉଁଠି ବହୁ କଳାକାରଙ୍କ ମଧ୍ୟରେ ରହିଛି ଘନିଷ୍ଠତା । ଏଠି ସଂପର୍କର ଡୋରି ବନ୍ଧା ହୋଇଛନ୍ତି ଅନେକ କଳାକାର।
ସେମିତି କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି , ଯିଏ ସଂମ୍ପର୍କର ଡୋରୀରେ ଅନ୍ୟ ଜଣଙ୍କ ସହିତ ବନ୍ଧା । ବଲିଉଡ୍ ରେ କପୁର ପରିବାର ଏହାର ଏକ ଜ୍ୱଳନ୍ତ ଉଦାହରଣ। କପୁର ପରିବାର ଭଳି ଆହୁରି ଅନେକ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପରସ୍ପର ସହିତ ସଂପର୍କ ରେ ବାନ୍ଧି ହୋଇଛନ୍ତି।ଆଜି ଆମେ ଆପଣଙ୍କୁ ବଲିଉଡ୍ ଜଗତର ପ୍ରସିଦ୍ଧ ଭିଣେଇ-ଶାଳୀ ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ । ଏଠାରେ ଅନେକ ସେଲିବ୍ରେଟିଜ୍ ଅଛନ୍ତି ଯିଏ ପରସ୍ପର ମଧ୍ୟରେ ରହିଛି ପାରିବାରିକ ସଂପର୍କ । ଯେମିତିକି ଭିଣେଇ-ଶାଳି ଯୋଡିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ବଡ ପର୍ଦାରେ ନଜର ଆସି ସମସ୍ତଙ୍କ ଦିଲ୍ ଜିତି ପାରିଛନ୍ତି ଭିଣେଇ-ଶାଳି ଯୋଡି। ଆସନ୍ତୁ ସେମିତି କିଛି ହିଟ୍ ଭିଣେଇ-ଶାଳି ଯୋଡିଙ୍କ ବିଷୟରେ ଜାଣିବା।

୧) ଅଜୟ ଦେବଗନ ଓ ରାଣୀ ମୁଖାର୍ଜୀ : ଅଜୟ ଦେବଗନ ଓ କାଜୋଲଙ୍କ ଯୋଡି ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ବେଷ୍ଟ ଯୋଡି ଭାବେ ଜଣା, ଏହି କପଲ୍ ବିବାହ ବହୁତ୍ ବର୍ଷ ପୁର୍ବରୁ ହୋଇ ସାରିଛି , ଆଜି ବି ତାଙ୍କ ମଧ୍ୟରେ କେବେ ଦୂରତା ଆସିନାହିଁ ଜଣେ ଦେବୁ କି କାଜୋଲଙ୍କ ଦାଦା ଝିଅ ରାଣି ମୁଖାର୍ଜୀ ଅଟନ୍ତି , ଏଥିପାଇଁ ରାଣୀ ଓ ଅଜୟ ଦେବଗନଙ୍କ ସଂମ୍ପର୍କ ଭିଣେଇ ଶାଳୀ ଅଟେ, ଏହି ଭିଣେଇ –ଶାଳୀ ପ୍ରସିଦ୍ଧ ଫିଲ୍ମ ଚୋରି ଚୋରି ରେ ଏକା ସାଙ୍ଗେ କାମ କରିସାରିଛନ୍ତି ।

କରିସ୍ମା କାପୁର୍ ଓ ସୈଫ୍ ଅଲ୍ଲୀ ଖାନ୍-ଫିଲ୍ମ ଇଣ୍ତଷ୍ଟ୍ରିରେ ତୃତିୟ ଖାନ୍ ମାନେ ସୈଫ୍ ଅଲ୍ଲୀ ଖାନ୍ କରିନା କାପୁରଙ୍କୁ ବିବାହ କରିଛନ୍ତି , ଏଥିପାଇଁ କରିନାଙ୍କ ଭଉଣୀ କରିସ୍ମା କାପୁର ସଂମ୍ପର୍କରେ ତାଙ୍କର୍ ଶାଳି ହେବେ , ଏହି ଭିଣେଇ ଶାଳିଙ୍କ ଯୋଡି ୧୯୯୯ରେ ଏକା ସାଙ୍ଗରେ କାମ କରିଥିଲେ , ଫିଲ୍ମ ହମ୍ ସାଥ୍ ସାଥ୍ ହୈଁ ରେ ଏହି କପ ଅସଲରେ ଭିଣେଇ-ଶାଳୀ ସଂମ୍ପର୍କରେ ବାନ୍ଧି ହୋଇଛନ୍ତି ।

୩) ଶକ୍ତି କାପୁର ଓ ପଦ୍ମିନୀ କୋଲ୍ହାପୁରି –ଶକ୍ତି କାପୁରଙ୍କ ନେଗେଟିଭ୍ କରିବାରେ ଜଣା ଯାଆନ୍ତି , ସେ ବହୁତ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି , ଓ ପରେ ସେ ଶିବାନୀଙ୍କୁ ବିବାହ କରିଥିଲେ , ଶିବାନୀ ସଂମ୍ପର୍କରେ ପଦ୍ମିନୀ କୋଲ୍ହାପୁରୀଙ୍କ ଛୋଟ ଭଉଣୀ ଅଟନ୍ତି , ଏଥିପାଇଁ ସେ ଶକ୍ତିକାପୁରଙ୍କ ଶାଳି ହେଲେ , ଦୁହେଁ ଭିଣେଇ ଓ ଶାଳି ଏକା ସାଙ୍ଗେ ବହୁତ ଫିଲ୍ମରେ କାମ କରିଥିଲେ , କିନ୍ତୁ ଶକ୍ତି କାପୁରଙ୍କ ଅଭିନୟ ସବୁବେଳେ ଏକ ଭିଲେନ୍ ହିସାବରେ ରହିଥିଲା ।

୪) ଆଦିତ୍ୟ ଚୋପ୍ରା ଓ କାଜୋଲ୍ : ଆଦିତ୍ୟ ଚୋପ୍ରା ରାଣୀ ମୁଖାଜୀଙ୍କୁ ବିବାହ କରିଥିଲେ , ଏଥିପାଇଁ କାଜୋଲ୍ ଓ ଆଦିତ୍ୟ ସଂମ୍ପର୍କରେ ଭିଣେଇ-ଶାଳୀ ହେଲେ , ଏହି ଦୁହେଁ ବହୁତ ବଡ ବଡ ଫିଲ୍ମଗୁଡିକ ନିର୍ମାଣ କରିଛନ୍ତି ।

୫)ଅକ୍ଷୟ କୁମାର ଓ ରିଙ୍କି ଖାନ୍ନା – ଅକ୍ଷୟ କୁମାରଙ୍କ ବିବାହ ପ୍ରସିଦ୍ଧ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନ୍ନାଙ୍କ ସହ ହୋଇଥିଲା, ରିଙ୍କି ଟ୍ୱିଙ୍କିଲ୍ ଙ୍କ ଭଉଣୀ ଅଟନ୍ତି ଏଥିପାଇଁ ଅକ୍ଷୟଙ୍କ ସେ ଶାଳୀ ହେବେ , ରିଙ୍କି ଙ୍କୁ ଆମେ ଗୋବିନ୍ଦାଙ୍କ ଫିଲ୍ମ ଜିସ୍ ଦେଶ ମେଁ ଗଙ୍ଗା ରେହେତା ହେ, ରେ ଅଭିନୟ କରିଥିବାର ଦେଖିଥିଲେ , ଦୁହେଁ ଭିଣେଇ-ଶାଳୀ ସଂମ୍ପର୍କ ବହୁତ ସ୍ନେହରେ ଭରି ରହିଛି ।

Leave A Reply

Your email address will not be published.