thelifelinemedia
Latest Odisha News, Breaking News Today

ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ମିଳିଲା ଆଡଭାନ୍ସ ଲାଇଟ୍ ହେଲିକପ୍ଟର ସ୍କ୍ୱାଡ୍ରନ

ଭାରତର ସମୁଦ୍ରସୀମାର ନିରିକ୍ଷଣକୁ ଅଧିକ ମଜଭୁତ କରିବା ଲାଗି ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ଗୁରୁବାର ନୂଆ ଅସ୍ତ୍ର ମିଳିଛି। ଆଡଭାନ୍ସ ଡ୍ ଲାଇଟ ହେଲିକପ୍ଟର(ଏଏଲଏଚ୍) ଏମକେ-୩ କୋଷ୍ଟାଲ ଗାର୍ଡରେ ସାମିଲ ହୋଇଛି। ଏହି ହେଲିକପ୍ଟରର ଏକ ସ୍କ୍ୱାଡ୍ରନକୁ ଚେନ୍ନାଇରେ ଅନୁଷ୍ଠିତ ଭବ୍ୟ ସମାରୋହରେ କୋଷ୍ଟାଲ ଗାର୍ଡରେ କମିଶନ କରାଯାଇଛି। ଏହି ହେଲିକପ୍ଟରର ଉପଯୋଗ ଦେଶର ସମୁଦ୍ର ସୀମାର ନିରୀକ୍ଷଣ ଲାଗି ହେବ।

ଏମକେ-୩ ହେଲିକପ୍ଟର ଦ୍ୱାରା ତାମିଲନାଡୁର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ସାମରିକ ଓ ଆର୍ଥିକ ରୂପେ ଗୁରୁତ୍ୱପୂର୍ଣ୍ଣ ସ୍ଥଳର ସୁରକ୍ଷା କରାଯାଇ ପାରିବ। ତେବେ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି ଯେ ଏମକେ-୩ ହେଲିକପ୍ଟର ସୁରକ୍ଷା କ୍ଷେତ୍ରରେ ଭାରତ ଆତ୍ମ ନିର୍ଭର ହେବାର ଏକ ବଡ ସଂକେତ। ଏଏଲଏଚ୍ ଏମକେ-୩ ହେଲିକପ୍ଟରର ନିର୍ମାଣ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) କରିଛନ୍ତି। ଏହା ଧ୍ରୁବ ହେଲିକପ୍ଟରର ନାଭାଲ ଭର୍ସନ। ଏହାକୁ ଉନ୍ନତ ରାଡାର ସହିତ ଇଲେକ୍ଟ୍ରୋ ଅପଟିକାଲ ସେନସର ଫୁଲ ଗ୍ଲାସ୍ କକପିଟ୍, ହାଇ ଇଣ୍ଟେନସିଟି ସର୍ଚ୍ଚ ଲାଇଟ୍ ଆଦି ଅତ୍ୟାଧୁନିକ ଉପକରଣରେ ସଜ୍ଜିତ କରାଯାଇଛି।

Leave A Reply

Your email address will not be published.