ପ୍ରବଳ ଚାପ ଓ ଜନ ଅସନ୍ତୋଷ ପରେ କୋଭିଡ କଟକଣା କୋହଳ କଲା ଚୀନ

ବେଜିଂ: କଡ଼ା କରୋନା କଟକଣା ଯୋଗୁ ଚୀନର ଜିନପିଙ୍ଗ ସରକାର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଇଛି। ଆନ୍ଦୋଳନ ତୀବ୍ର ହେବାରୁ ତାକୁ ଦମନ କରିବା ପାଇଁ ଚୀନ ସରକାର ଯେଉଁ ଆଭିମୁଖ୍ୟ ଆପଣାଇଛନ୍ତି ତାକୁ ନିନ୍ଦା କରିଛି ପୂରା ବିଶ୍ୱ। ଶେଷରେ ଚାପରେ ଚେପା ହୋଇ ଚୀନ ଆଜି କେତେକ ଅଞ୍ଚଳରେ କଟକଣା କୋହଳ କରିଛି।
ଗୁଆନଝୌ ଅଞ୍ଚଳରେ କୋଭିଡ୍ କଟକଣା ଶେଷ କରିବାକୁ ସେଠାକାର ପ୍ରଶାସନ ନିଷ୍ପତ୍ତି ନେଇଛି। ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହେବା ପରେ କଟକଣା କୋହଳ କରିବାକୁ ଘୋଷଣା କରିଛି ପ୍ରଶାସନ।
ତେବେ ସବୁ ଜିଲ୍ଲାରେ କୋଭିଡ୍ କଟକଣା କୋହଳ କରାଯାଇ ନାହିଁ। କାରଣ ସେମାନେ ଏବେ ବି କୋଭିଡକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶାସନ କହିଛି। ମାମଲା ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ କଟକଣା ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ ହାଇଝୁ, ବାଯୁନ, ଫାନ୍ୟୁ, ତାହ୍ନେ, କଙ୍ଘୁଆ, ହୁଆଡୁ ଏବଂ ଲିୱାନରେ ଅସ୍ଥାୟୀ ଭାବେ ଲକ୍ଡାଉନ୍ ପ୍ରତ୍ୟାହାର କରାଯାଇଛି। କୋଙ୍ଘୁଆ ଜିଲ୍ଲାଗୁଡିକରେ ସ୍କୁଲ୍ କଲେଜ୍ ଖୋଲିବା ସହିତ ଅନ୍ୟାନ୍ୟ ବାଣିଜ୍ୟିକ କାରବାର ଖୋଲିବ ବୋଲି ସେଠାକାର ପ୍ରଶସାନ ସୂଚନା ଦେଇଛି।