ଅଧାରେ ଅଟକିଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ, ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ

ଅଧାରେ ଅଟକିଗଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ । ଶ୍ରୀମନ୍ଦିର ସୂଚନାକେନ୍ଦ୍ର ନିକଟରେ ଏହାକୁ ଉଦଘାଟନ କରିଥିଲେ ଜିଲ୍ଳାପାଳ । ହେଲେ ଅନ୍ତିମ ମୁହୁର୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ ହୋଇଗଲା । ଅନୁରୂପ ଭାବରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବି ଗତ ୧୬ ତାରିଖରେ ଇ-ହୁଣ୍ଡିର ବ୍ୟବସ୍ଥା କରାଯାଇଥିଲା । ହେଲେ ବ୍ୟାଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାର ଏବେ ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନି । ମନ୍ଦିରରେ ଇ-ହୁଣ୍ଡି ସ୍ଥାପନ ପାଇଁ କେଉଁଠି ରହୁଛି ଅସୁବିଧା ତାକୁ ନେଇ ପ୍ରଶ୍ନ ଉଠିଛି ।
ଇ-ହୁଣ୍ଡି ବ୍ୟବସ୍ଥା ଉଦଘାଟନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଉଦଘାଟନ ସରିଥିଲେ, କ୍ୟୁଆର କୋର୍ଡ ସ୍କାନ୍ ଜରିଆରେ ଶ୍ରଦ୍ଧାଳୁ ଅନଲାଇନରେ ଦାନ କରିଥାନ୍ତେ । ହେଲେ ଉଦଘାଟନର ଠିକ୍ ପୂର୍ବରୁ ଅଟକି ଗଲା ପୁରା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପାଇଁ ଗଜପତି ମହାରାଜଙ୍କ ସ୍ୱୀକୃତି ଏବଂ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକତା ଥିବାରୁ ଏହାକୁ ବାତିଲ୍ କରିଦିଆଗଲା । ସୂଚନା ଅନୁସାରେ ଆସନ୍ତା ଛତିଷା ନିଯୋଗ ବୈଠକରେ ଏନେଇ ଆଲୋଚନା କରିବା ସହ ମତାମତ ନିଆଯିବ ।