thelifelinemedia
Latest Odisha News, Breaking News Today

ବଢିବ ରେଳ କର୍ମଚାରୀଙ୍କ ବେତନ; ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଲଓ୍ଵେ କର୍ମଚାରୀଙ୍କ ପାଇଁ ଖୁସିର ଖବର। ରେଲଓ୍ଵେର ପାଖାପାଖି ୮୦  ହଜାର କର୍ମଚାରୀଙ୍କ ବେତନ ବୃଦ୍ଧି ହେବ ବୋଲି ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଳ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ  ବଢାଇବା ଏବଂ କାମର ପାହ୍ୟାକୁ ସମାପ୍ତ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି। ନଭେମ୍ବର ୧୬ରେ ରେଳ ମନ୍ତ୍ରୀ ନୂତନ ନିୟମର ଘୋଷଣା କରିଛନ୍ତି।

ଭାରତୀୟ ରେଲଓ୍ଵେ ନିଜର ନୂତନ ପ୍ରାବଧାନ  ଜରିଆରେ ରେଲଓ୍ଵେର ସୁପରଭାଇଜରୀ କ୍ୟାଡରକୁ ଗ୍ରୁପ ଏର ଅଧିକାରୀଙ୍କ ବରାବର ଦରମା ଦେବା ପାଇଁ ସୁଯୋଗ ଦେଇଛନ୍ତି। ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଲେବଲ-୭ରେ ରେଲଓ୍ଵେର ସୁପରଭାଇଜରୀ କ୍ୟାଡରରେ ଦରମା ବୃଦ୍ଧି ଏବଂ ପଦୋନ୍ନତିର ସୁଯୋଗ ବହୁତ କମ ଥିଲା। ବେତନ ବଢିବାରୁ ରେଲଓ୍ଵେ କର୍ମଚାରୀ ଉନ୍ନତ କାମ କରିବାକୁ ପ୍ରେରିତ ହେବେ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ରେଲଓ୍ଵେ କର୍ମଚାରୀଙ୍କ ବେତନ ବୃଦ୍ଧିରେ ସୁପରଭାଇଜ୍ ଗ୍ରେଡର ପ୍ରାୟ ୪୦ ହଜାର କର୍ମଚାରୀ ଉପକୃତ ହେବେ। ଏଥିରେ ସୁପରଭାଇଜର ବର୍ଗରେ ଷ୍ଟେସନ ମାଷ୍ଟର, ଟିକେଟ୍ ଚେକର, ଟ୍ରାଫିକ ଇନ୍ସପେକ୍ଟର ଆଦି ସାମିଲ୍। ଏ ସମସ୍ତଙ୍କୁ ଫିଲ୍ଡସ୍ତରୀୟ କର୍ମଚାରୀ କୁହାଯାଏ। ଏହି ବୃଦ୍ଧିପରେ କର୍ମଚାରୀଙ୍କୁ ମାସିକ ହାରାହାରି ୨୫୦୦ରୁ ୪୦୦୦ ଟଙ୍କା ଅଧିକ ବେତନ ମିଳିବ। ଏଥିରେ କେନ୍ଦ୍ର ସରକାରଙ୍କ ଉପରେ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ବୋଝ ପଡିବ।

ରେଳ କର୍ମଚାରୀଙ୍କ ବେନତ ବୃଦ୍ଧି ଘୋଷଣା କରି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଗତ ୧୬ ବର୍ଷରୁ ସୁପରଭାଇଜର କ୍ୟାଡର କର୍ମଚାରୀ ଏହି ଦାବି କରି ଆସୁଥିଲେ। ଏହି କର୍ମଚାରୀଙ୍କ ମଧ୍ୟରେ ପଦୋନ୍ନତି ପାଇଁ କେବଳ ଗୋଟିଏ ବିକଳ୍ପ ଥିଲା ଗ୍ରୁପ ବିର ପରୀକ୍ଷା କରାଇବା ଏବ ସେଥିରେ ୩୭୧୨ ଜଣଙ୍କୁ ଚୟନ କରିବା। କିନ୍ତୁ ବର୍ତ୍ତମାନର ଘୋଷଣା ପରେ ୫୦ ପ୍ରତିଶତ କର୍ମଚାରୀ ଲେବଲ ୭ରୁ ଲେବଲ ୮କୁ ପଦୋନ୍ନତି ହେବେ।

Leave A Reply

Your email address will not be published.