thelifelinemedia
Latest Odisha News, Breaking News Today

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟଜଣେ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆନନ୍ଦପୁର ଥାନା ଶାଳବଣି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣକର ମୃତ୍ୟୁ ହେବା ସହିତ ଅନ୍ୟଜଣେ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସନ୍ଧ୍ୟା ସମୟରେ ଦ୍ରୁତ ଗତି ଆସୁଥିବାରୁ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ସୁଚନା ମିଳିଛି।

ମୃତ ବ୍ୟକ୍ତିଙ୍କ ପରିଚୟ ଏଯାବତ୍ ମିଳିନଥିବା ବେଳେ ଗୁରୁତର ଜଣକ ସ୍ଥାନୀୟ ଜଂଘାର ଗାଁର ଶମ୍ଭୁନାଥ ଘଡେ଼ଇ ବୋଲି ଜଣାପଡ଼ିଛି । ଖବର ପାଇ ଆନନ୍ଦପୁର ପୋଲିସ୍ ଦୁଇଟି ଯାକ ବାଇକ୍‌କୁ ଜବତ କରିବା ସହିତ ମେଡ଼ିକାଲରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.