thelifelinemedia
Latest Odisha News, Breaking News Today

‘ବାଲିର ପବିତ୍ର ଭୂମିରୁ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଗର୍ବର କଥା’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି । ବୁଧବାର ନଭେମ୍ୱର ୧୬ରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ସମାରୋହକୁ ସମ୍ୱୋଧିତ କରି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ବିଡୋଡୋଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମ୍ମିଳନୀର କୁଶଳ ନେତୃତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଲି ଡିକ୍ଲେରେସନ ପାଇଁ ଜି-୨୦ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ । ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ କାର୍ଯ୍ୟକୁ ଆଗକୁ ବଢାଇବାକୁ ପ୍ରୟାସ କରିବ ବୋଲି ପିଏମ ମୋଦୀ କହିଥିଲେ ।

ଏହି ଅବସରରେ ପିଏମ ମୋଦୀ କହିଥିଲେ, ଏହା ଭାରତ ପାଇଁ ଗର୍ବର ବିଷୟ ଯେ ଜି-୨୦ର ଅଧ୍ୟକ୍ଷତା ବାଲିର ପବିତ୍ର ଭୂମିରୁ ଗ୍ରହଣ କରୁଛି । ଭାରତ ଏବଂ ବାଲି ସମ୍ପର୍କ ବହୁ ପ୍ରାଚୀନ । ଭାରତର ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଏପରି ଏକ ସମୟରେ ଗ୍ରହଣ କରୁଛି, ଯେତେବେଳେ ସାରା ବିଶ୍ୱ ଆର୍ଥିକ ସଂକଟ, ଜିୟୋ ପଲିଟିକାଲ ସଂଘର୍ଷ ଏବଂ କରୋନା ପରି ମହାମାରୀ ସହ ସାମନା କରୁଛି । ବର୍ତ୍ତମାନ ସମୟରେ ସାରା ବିଶ୍ୱ ଜି-୨୦କୁ ଆଶାର କିରଣ ରୂପେ ଦେଖୁଛି । ପିଏମ ମୋଦୀ କହିଛନ୍ତି, ଭାରତର ଜି-୨୦ ଅଧ୍ୟକ୍ଷତା ଆକ୍ସନ ଓରିଏଣ୍ଟେଡ ହେବ।

ଶାନ୍ତି ପାଇଁ ଜି-୨୦ କଡ଼ା ସନ୍ଦେଶ ଦେବାକୁ ପଡିବ । ଏହି ପ୍ରାଥମିକତା ଭାରତର ଜି-୨୦ ଥିମ୍ ୱାନ ଅର୍ଥ, ୱାନ ଫ୍ୟାମିଲି, ୱାନ ଫ୍ୟୁଚରରେ ସମ୍ପୂର୍ଣ୍ଣ ରୂପେ ସମାହିତ ରହିଛି । ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ । ଜି-୨୦ ସଦସ୍ୟଙ୍କୁ ଭାରତର ବିବିଧତା, ସଂସ୍କୃତିର ପୂରା ଲାଭ ମିଳିବ ।

Leave A Reply

Your email address will not be published.