thelifelinemedia
Latest Odisha News, Breaking News Today

ବୁଲା କୁକୁରଙ୍କୁ ଖାଇବାକୁ ଦେଇ ପାରିବେ ଲୋକେ, ସୁପ୍ରିମକୋର୍ଟରେ ବଦଳିଲା ବମ୍ବେ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ ୧୬।୧୧:ନାଗପୁରରେ ବୁଲା କୁକୁରଙ୍କୁ ସାର୍ବଜନିକ ଭାବେ ଖାଇବାକୁ ଦେବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏ ନେଇ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ଏବେ ବୁଲା କୁକୁରଙ୍କୁ ଖାଇବାକୁ ଦେବାରେ ଲୋକଙ୍କ କୌଣସି ଅସୁବିଧା ନାହିଁ। ସେହିପରି ଯଦି କେହି ସାର୍ବଜନିକ ସ୍ଥଳରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ତାଙ୍କ ବିରୋଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶ ସ୍ପଷ୍ଟ କରିଦେଇଛି।

ଶୁଣାଣି କାଳରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ସେହି ଟିପ୍ପଣୀ ଉପରେ ମଧ୍ୟ ରୋକ ଲଗାଇଛନ୍ତି ଯେଉଁଥିରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକେ ସେମାନଙ୍କୁ ନିଜ ଘରକୁ ନେଇଯାଆନ୍ତୁ ଓ ଭାକ୍ସିନ ବି ଲଗାନ୍ତୁ ବୋଲି କହିଥିଲେ। ସେହିପରି ନ୍ୟାୟାଳୟ ନାଗପୁର ନଗରନିଗମଙ୍କୁ ଜନତାଙ୍କ ଲାଗି ନିର୍ଦ୍ଧାରିତ ଉପଯୁକ୍ତ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି। ଶୁଣାଣି କାଳରେ ସୁପ୍ରିମକୋର୍ଟ ସବୁ ଜାଗାର ସମସ୍ୟା ଅଲଗା ଅଲଗା ବୋଲି କହିଛନ୍ତି। ତେବେ ବୁଲା କୁକୁରଙ୍କ ସମସ୍ୟା ସବୁଠାରେ ବୋଲି କହିଛନ୍ତି।

Leave A Reply

Your email address will not be published.