thelifelinemedia
Latest Odisha News, Breaking News Today

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ, ୨୦୨୭ ସୁଦ୍ଧା ସ୍ଥାପନ ହେବ ୧୦୦ଟି ମେଡିକାଲ୍‌ କଲେଜ୍‌

ନୂଆଦିଲ୍ଲୀ, ୧୬/୧୧: ଦେଶରେ ବୃଦ୍ଧି କରାଯିବ ମେଡିକାଲ୍‌ କଲେଜ୍‌ ସଂଖ୍ୟା । ୨୦୨୭ ସୁଦ୍ଧା ସ୍ଥାପନ ହେବ ୧୦୦ଟି ମେଡିକାଲ୍‌ କଲେଜ୍‌ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଆଗତ କରିଛି । ଏଥିରେ ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକର ଚତୁର୍ଥ ଫେଜ୍‌ ସ୍କିମ୍‌ ଅନୁସାରେ ଉନ୍ନତିକରଣ କରାଯିବ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ୱଳ ବୃଦ୍ଧି କରାଯିବ ।

ଏହି ମେଡିକାଲ୍‌ କଲେଜ୍‌ଗୁଡ଼ିକ କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରାପ୍ତ ସ୍କିମ୍‌ “establishment of new medical colleges by upgrading district or referral hospitals”  ଅଧିନରେ ସ୍ଥାପନ କରାଯିବ । ଏଥିପାଇଁ କେନ୍ଦ୍ର ପରିଚାଳିତ ଗୋଟିଏ କଲେଜକୁ ୩୨୫ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବା ନେଇ ପିଟିଆଇର ଏକ ରିପୋର୍ଟରୁ ଜଣାପଡ଼ିଛି ।

ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ଅନୁପାତରେ କେନ୍ଦ୍ର ଏବଂ ରାଜ୍ୟ ଟଙ୍କା ବିନିଯୋଗ କରିବେ । ଉତ୍ତର-ପୂର୍ବାଞ୍ଚଳ ଏବଂ ସ୍ୱତନ୍ତ୍ର ରାଜ୍ୟ ଗୁଡ଼ିକ ପାଇଁ ୯୦:୧୦ ଅନୁପାତରେ ଯଥାକ୍ରମେ କେନ୍ଦ୍ର ଏବଂ ରାଜ୍ୟ ଅର୍ଥ ବିନିଯୋଗ କରିବେ । ଖର୍ଚ୍ଚ ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏହି ପ୍ରସ୍ତବକୁ ମଞ୍ଜୁରୀ ଦେଇଥିବା ମଧ୍ୟ ଜଣାପଡ଼ିଛି । ଶେଷ ୩ଟି ପର୍ଯ୍ୟାୟରେ ୧୫୭ଟି ମେଡିକାଲ୍‌ କଲେଜ୍‌କୁ ଗ୍ରାଣ୍ଟ୍‌ ମିଳିଛି । ସେଥିରୁ ୯୩ ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟ ଗୁଡ଼ିକ ବିଭିନ୍ନ ଷ୍ଟେଜ୍‌ରେ ନିର୍ମାଣାଧିନ ରହିଛି ।

Leave A Reply

Your email address will not be published.