thelifelinemedia
Latest Odisha News, Breaking News Today

୨ କୋଟିରେ ବିକ୍ରି ହେଲା ଗାଁ

ନୂଆଦିଲ୍ଳୀ, ୧୩/୧୧: ଘର କିମ୍ବା ବଙ୍ଗଳା କିଣିବାକୁ ଅନେକଙ୍କ ମନରେ ସ୍ବପ୍ନ ରହିଥାଏ। କିନ୍ତୁ କ’ଣ କେବେ ଆପଣ ସଂପୂର୍ଣ୍ଣ ଗାଁକୁ ହିଁ କିଣିବାକୁ ଚାହିଁଛନ୍ତି। ଏବେ ଏଭଳି ଏକ ରୋଚକ କଥା ସାମ୍ନାକୁ ଆସିଛି। ସ୍ପେନର ଏକ ୩୦ ବର୍ଷ ପୁରୁଣା ନିର୍ଜନ ଗାଁ ଏବେ ୨ କୋଟିରେ ବିକ୍ରି ହେବାକୁଯାଉଛି।

ସ୍ପେନର ମଡ୍ରେଡରୁ ତିନି ଘଣ୍ଟା ଦୂରରେ ଅବସ୍ଥିତ ସେହି ଗାଁର ନାମ ହେଉଛି ସାଲ୍ଟୋ ଡି କାଷ୍ଟ୍ରୋ। ଏହି ଗାଁ ଜାମୋରାର ପର୍ତ୍ତୁଗାଲ ପ୍ରୋଭିନ୍ସ ସୀମା ସହ ସଂଲଗ୍ନ। ଏହି ଗାଁରେ ଏଥିରେ ୪୪ ଘର, ଗୋଟିଏ ହୋଟେଲ, ଗୋଟିଏ ଚର୍ଚ୍ଚ, ଗୋଟିଏ ସ୍କୁଲ, ଏକ ମ୍ୟୁନିସିପାଲ ସ୍ବିମିଂ ପୁଲ୍ ଏବଂ ଏକ ବାରାକ୍ ବିଲ୍ଡିଂ ରହିଛି।

ରୟାଲ ଇନଭେଷ୍ଟ ନାମକ କମ୍ପାନୀ ମାଲିକ ୨୦୦୦ ମସିହାରେ ଏହି ଗାଁକୁ ଏକ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ କିଣିଥିଲେ। କିନ୍ତୁ ୟୁରୋଜୋନ୍‌ରେ ଲାଗିରହିଥିବା ତିକ୍ତତା ଯୋଗୁଁ ଏହା ସଫଳ ହୋଇପାରିନଥିଲା। ତାଙ୍କର ଏଠାରେ ଏକ ହୋଟଲ ନିର୍ମାଣ ପାଇଁ ଉଦ୍ଦେଶ୍ୟ ଥିଲା କିନ୍ତୁ ଏହାକୁ ସେ କରିପାରିନଥିଲେ।

ତେବେ ବର୍ତ୍ତମାନ ଏହାକୁ ସେ ୨୨୭,୦୦୦ ୟୁରୋରେ ବିକ୍ରି ହେଉଛି ପ୍ରାୟ ୨,୧୬,୮୭,୮୩୧ ଟଙ୍କାରେ ବିକ୍ରି ହେଉଥିବା ନେଇ ଏକ ରିପୋର୍ଟରେ ରହିଛି। ଏହି ଗାଁକୁ ଏକ ସ୍ପାନିଶ ପ୍ରପର୍ଟୀ ରିଟେଲ ଓ୍ବେବସାଇଟରେ ଲିଷ୍ଟିଂ କରାଯାଇଛି।

ଏହି ପେଜ୍‌କୁ ୫୦ ହଜାରରୁ ଅଧିକ ଲୋକ ଦେଖିବା ସହ ବ୍ରିଟେନ୍‌, ଫ୍ରାନ୍ସ, ବେଲଜିୟମ ଏବଂ ଋଷିଆର ୩୦୦ ପାର୍ଟୀ ଏହାକୁ ଦେଖିଛନ୍ତି। ଏମିତିକି ଜଣେ ଏହାକୁ କିଣିବା ପାଇଁ ଆଡଭାନ୍ସ ଦେବାକୁ ରାଜି ଅଛନ୍ତି ବୋଲି କହିଛନ୍ତି ଏହାର କେୟାରଟେକର।

୧୯୫୦ରେ ଏକ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ସାଲେ୍ଟା ଡି କାଷ୍ଟ୍ରୋ ନିକଟସ୍ଥ ଜଳଭଣ୍ଡାର ନିର୍ମାଣରେ ନିୟାଜିତ କର୍ମଚାରୀଙ୍କ ପାଇଁ ଏଠାରେ ଗୃହ ନିର୍ମାଣ ହୋଇଥିଲା। ଅବଶ୍ୟ, କାମ ସରିବା ପରେ କର୍ମଚାରୀମାନେ ଗାଁ ଛାଡ଼ିଥିଲେ ଏବଂ ୧୯୮୦ ଦଶକରେ ଏହା ସଂପୂର୍ଣ୍ଣ ପରିତ୍ୟକ୍ତ ହୋଇଥିଲା।

Leave A Reply

Your email address will not be published.