thelifelinemedia
Latest Odisha News, Breaking News Today

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ଆଜି ଫୁଲବାଣୀ ପୋକ୍‌ସୋ କୋର୍ଟର ଅତିରିକ୍ତ ଜିଲ୍ଲା‌ ଦୌରାଜଜ୍‌ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି।  ଜୋରିମାନା ଅନାଦେୟ ରହିଲେ ଅଧିକ ଏକ ବର୍ଷ ଜେଲ୍‌ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ, ଗତ ୨୦୧୯ ମସିହା ଜୁନ୍‌ ୪ ତାରିଖରେ ଦାରିଂବାଡ଼ି ଥାନାରେ ଏକ ଦୁଷ୍କର୍ମ ମାମଲା (ନଂ୫୪/୪.୬.୧୯) ରୁଜୁ ହୋଇଥିଲା। ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ଦାରିଂବାଡ଼ି ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୩ ବର୍ଷୀୟା ନାବାଳିକାକୁ ଘରେ କେହି ନଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଜିରିମା ପ୍ରଧାନ (୨୫) ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା।

Leave A Reply

Your email address will not be published.