ମାସକୁ ଦୁଇ ଦିନ ସମ୍ବଲପୁରୀ ପୋଷାକ ପିନ୍ଧିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ମାସକୁ ଦୁଇ ଦିନ ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ ଆସିବା ପାଇଁ ଜିଲ୍ଲାପାଳ ସରୋଜ ସାମଲ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ କାଲି ସମ୍ବଲପୁରୀ ଦିନ୍ ଅବସରରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
ପ୍ରତିମାସ ଦ୍ବିତୀୟ ଓ ଚତୁର୍ଥ ଶୁକ୍ରବାର ଦିନ ସମସ୍ତ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଆସିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ଏହି ଚିଠି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି। ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୩ ମସିହାରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଅଗଷ୍ଟ ୧ ତାରିଖ ଦିନ ପାଳିତ ହୋଇ ଆସୁଥିବା ‘ସମ୍ବଲପୁରୀ ଦିନ୍’ କ୍ରମେ ଏକ ସାର୍ବଜନୀନ ମହୋତ୍ସବର ରୂପ ନେଇଛି। ସଂସ୍କୃତିର ସହର ସମ୍ବଲପୁରରେ ଏହା ମହାଆଡ଼ମ୍ବରରେ ପାଳିତ ହୋଇଥିଲାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଉତ୍ସାହର ସହ ପାଳନ କରାଯାଉଛି।