thelifelinemedia
Latest Odisha News, Breaking News Today

ଦିଲ୍ଲୀରେ ଡିଜେଲ ଗାଡ଼ି ଓ ଟ୍ରକ୍ ଚାଲିବାକୁ ମିଳିଲା ଅନୁମତି, ୩ ଦିନ ପୂର୍ବରୁ କଟକଣା ଲଗାଇଥିଲେ ସରକାର

ନୂଆଦିଲ୍ଲୀ ୬।୧୧: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବା ଯୋଗୁ ସରକାର ୩ ଦିନ ତଳେ ଜାରି କରିଥିବା କଟକଣାକୁ ପରିସ୍ଥିତି ସ୍ୱଭାବିକ ହେବା ପରେ ରବିବାର ପ୍ରତ୍ୟାହାର କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ଲାଗି କାର୍ଯ୍ୟାନୁଷ୍ଠାନ ସୁପାରିଶ କରୁଥିବା ଅନୁଷ୍ଠାନ ବାୟୁ ମାନରେ ସାମାନ୍ୟ ଉନ୍ନତି ପରେ କିଛି କଟକଣା ହଟାଇଛନ୍ତି। ଏହି କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଏଣ୍ଟ୍ରି କରିପାରିବେ।

କେବଳ ଏତିକି ନୁହେଁ ଅଣ ବିଏସ-୬ଡିଜେଲ ବାହନ ଉପରେ ଜାରି କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି। ଦିଲ୍ଲୀରେ ବାୟୁ ମାନ ହ୍ରାସ ଲାଗି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)-୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।  ଜିଆରଏପି-୪ ବାୟୁର ମାନ ଖରାପ ହେଲେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଥାନ୍ତି।

Leave A Reply

Your email address will not be published.