thelifelinemedia
Latest Odisha News, Breaking News Today

ରିଲିଜ୍‌ ହେଲା ଫିଲ୍ମ ‘ମିଲି’ର ଆଉ ଏକ ଗୀତ

ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଲି’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଫିଲ୍ମ ପାଇଁ ଲଗାତାର ପ୍ରମୋସନ କରୁଛନ୍ତି। ଜାହ୍ନବୀଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର ଆସିବେ । ଏବେ ଏହି ଫିଲ୍ମର ‘ତୁମ୍ ଭୀ ରାହି’ ଗୀତ ରିଲିଜ୍ ହୋଇଛି। ଏହା ହେଉଛି ଫିଲ୍ମର ଦ୍ୱିତୀୟ ଗୀତ ।

ଅଭିନେତ୍ରୀ ଏହି ଗୀତକୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରି ରିଲିଜ୍‌ ବିଷୟରେ ସୂଚନା ଦେଇଛନ୍ତି । ଦୁହେଁ ପ୍ରଥମ ଥର ଏକାଠି ସ୍କ୍ରିନ୍‌ ସେୟାର କରିଛନ୍ତି । ଫ୍ୟାନ୍ସଙ୍କୁ ବି ଉଭୟଙ୍କ ଯୋଡି ଖୁବ୍‌ ପସନ୍ଦ ଆସିଛି । ପୋଷ୍ଟ ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି, ‘ମିଲି’ ଚଳଚ୍ଚିତ୍ରର ମୋର ପ୍ରିୟ ଗୀତ ଶେଷରେ ଆସିଲା। ଗୀତ ‘ତୁମ୍ ଭୀ ରାହି’ ରିଲିଜ୍ ହୋଇଛି। ଏହା ସହ ସେ ଲେଖିଛନ୍ତି ଯେ ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍‌ ହେଉଛି। କହିବାକୁ ଗଲେ ଏଥିରେ ଜାହ୍ନବୀ–ସନ୍ନିଙ୍କ ବ୍ୟତୀତ ମନୋଜ ପହୱା ଗୁରୁତ୍ଵ ଭୂମିକାରେ ନଜର ଆସିବେ।

Leave A Reply

Your email address will not be published.