୮ ପୂର୍ବତନ ନୌସେନା ଅଧିକାରୀ ଦୋହାରେ ଅଟକ

ଦୋହା ୨୭।୧୦: କତାରୀ ଏମରୀ ନୌସେନାକୁ ପ୍ରଶିକ୍ଷଣ ଓ ଅନ୍ୟ ସେବା ପ୍ରଦାନ କରୁଥିବା କମ୍ପାନୀ ସହ କତାରରେ କାମ କରୁଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଅଟକ କରାଯାଇଛି। ସୂତ୍ରାନୁସାରେ ଦୋହାସ୍ଥିତ ଭାରତୀୟ ଦୂତାବାସଙ୍କୁ ଘଟଣାର ସୂଚନା ଅଛି। ତେବେ ମିତୁ ଭାର୍ଗବ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରୁ ଏହି ସୂଚନା ଜଣାପଡିଛି। ଯେଉଁଥିରେ ସମସ୍ତେ ଦୋହାରେ ଗତ ୫୭ ଦିନ ହେଲା ଅବୈଧ ଅଟକ ଥିବାର ଉଲ୍ଲେଖ ରହିଛି। ଏହି ପୋଷ୍ଟକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟ୍ୟାଗ୍ କରାଯାଇଛି।