ପୁଣି ନାଟୋକୁ ପରମାଣୁ ଧମକ ଦେଲେ ପୁଟିନ

ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନାଟୋକୁ ଚେତାବନୀ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ରୁଷ୍ ସହ ନାଟୋର କୌଣସି ସିଧାସଳଖ ଯୁଦ୍ଧ କିମ୍ବା ମୁହାଁମୁହିଁ ପରିସ୍ଥିତି ହେଲେ, ଏହା ବିଶ୍ୱ ପାଇଁ ବଡ଼ ବିପର୍ଯ୍ୟୟ ଆଣିବ । କାଜାଖିସ୍ତାନ ରାଜଧାନୀ ଅସ୍ତାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଏ କଥା କହିଛନ୍ତି ପୁଟିନ ।
ପୁଟିନ କହିଛନ୍ତି, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନାଟୋ ପ୍ରତି ବିଶ୍ୱସନୀୟତା ଦେଖାଇ ଜର୍ମାନୀ ଭୁଲ୍ କରିଛି । ତିନିଲକ୍ଷ ସୈନ୍ୟଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ସେ ଗତମାସରେ ଯେଉଁ ଆଂଶିକ ସମାବେଶ ଘୋଷଣା କରିଥିଲେ, ତାହା ଦୁଇ ସପ୍ତାହ ଭିତରେ ଶେଷ ହେବ । ଏହାସହ ପୁଟିନ୍ ଭାରତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।