ଆଗାମୀ ୫ ଦିନ ଯାଏଁ ନାହିଁ ବାତ୍ୟାର ସୂଚନା

ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ହେଲେ ଆସନ୍ତା ୫ ଦିନ ଭିତରେ ବାତ୍ୟା ସମ୍ପର୍କରେ କୌଣସି ସୂଚନା ନାହିଁ । ପୂର୍ବରୁ ୟୁରୋପ ଓ ଆମେରିକାର ପାଣିପାଗ ମଡେଲ ବାତ୍ୟା ଆସୁଥିବା ନେଇ ଆକଳନ କରି ସାରିଛନ୍ତି । ହେଲେ ବାତ୍ୟାକୁ ଗୁଜବ କହି ସାରିଛି ଆଇଏମଡି ।
ବିଦେଶୀ ପାଣିପାଗ ମଡେଲ ବାତ୍ୟା ଆସୁଥିବା ନେଇ ଆକଳନ କରୁଥିବା ବେଳେ ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।