thelifelinemedia
Latest Odisha News, Breaking News Today

ବାଜିଲା ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ

ନଭେମ୍ବର ୧୨ରେ ହେବ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ହିମାଚଳପ୍ରଦେଶର ୬୮ ବିଧାନସଭା ଆସନ ପାଇଁ ୧୨ ତାରିଖରେ ଭୋଟ ପଡିବ ଓ ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ପାଇଁ ଅକ୍ଟୋବର ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅକ୍ଟୋବର ୨୭ ତାରିଖ, ନାମାଙ୍କନ ଦାଖଲର ଶେଷ ଦିନ ନିର୍ଦ୍ଧାରିତ ହୋଇଥିବାବେଳେ ୨୯ତାରିଖ ଭିତରେ ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ ।ତେବେ ହିମାଚଳରେ ମୋଟ ୫୫ଲକ୍ଷ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧ଲକ୍ଷ ୫୦ହଜାର ଭୋଟର ପ୍ରଥମ ଥର ପାଇଁ ଭୋଟଦେବେ । ନିର୍ବାଚନ କମିଶନର କହିଛନ୍ତି ଅକ୍ଟୋବର ମାସରେ ଉତ୍ସବ ଚାଲିଛି ଓ ଗଣତନ୍ତ୍ରର ଉତ୍ସବ ମଧ୍ୟ ଯୋଡି ହେବାକୁ ଯାଉଛି । ଅନ୍ୟପଟେ କରୋନାସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟଗ୍ରହଣ ଓ ଗଣତି ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.