‘କୌଣସି ପ୍ରକାରର ସହାୟତା ପାଇଁ ଆମେ ପ୍ରସ୍ତୁତ’, ୟୁକ୍ରେନରେ ରୁଷର ବୋମାବର୍ଷଣ ଉପରେ ଭାରତର ପ୍ରତିକ୍ରିୟା

ରୁଷ ସୋମବାର ୨୪ ଘଣ୍ଟା ଭିତରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ସହର ଉପରେ ୭୫ କ୍ଷେପଣାସ୍ତ୍ର ମାଡ କରିଛି। ଜନବହୁଳ ଅଞ୍ଚଳରେ ହୋଇଥିବା ରୁଷର ଏହି ଆକ୍ରମଣରେ ଅନେକ ନାଗରିକଙ୍କ ମୃତ୍ୟୁ ଘଟିଛି। ରୁଷର ବୋମା ବର୍ଷଣ ଉପରେ ଭାରତର ପ୍ରତିକ୍ରିୟା ଆସିଛି। ଭାରତ କହିଛି ଯୁଦ୍ଧକୁ ବଢାଇବା କାହାରି ହିତରେ ନୁହେଁ। କୂଟନୀତି ଏବଂ ଆଲୋଚନା ମାର୍ଗ ଉପରେ ଜୋର ଦିଆଯାଉ।
ଏଥିସହ ଭାରତ କହିଛି, ଉତ୍ତେଜନା ହ୍ରାସ ପାଇଁ ଯାହା କିଛି ବି ସହାୟତା ଦେବାକୁ ଭାରତ ପ୍ରସ୍ତୁତ। ୟୁ୍କ୍ରେନରେ ସଂଘର୍ଷ ପୁଣି ଥରେ ଉଗ୍ର ରୂପ ନେବା ନେଇ ସୋମବାର ଭାରତ ଚିନ୍ତା ପ୍ରକାଶ କରିଛି। ସମସ୍ତ ପକ୍ଷକୁ ଶତ୍ରୁତା ତ୍ୟାଗ କରି ତୁରନ୍ତ କୂଟନୀତି ଏବଂ ଆଲୋଚନା ରାସ୍ତା ଆପଣେଇବା ଉଚିତ୍ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ। ଗତ କିଛି ସମୟ ଅପେକ୍ଷାକୃତ ଶାନ୍ତି ପରେ ସୋମବାର ପୁଣି ଥରେ ରୁଷ ଆକ୍ରମଣରେ ଥରି ଉଠିଛି ୟୁକ୍ରେନ।
ବାଗଚୀ କହିଛନ୍ତି, ଆମେ ସମସ୍ତ ପକ୍ଷଙ୍କୁ ତତ୍କାଳ ଶତ୍ରୁତା ପରିତ୍ୟାଗ କରି କୂଟନୈତିକ ଏବଂ ଆଲୋଚନାର ମାର୍ଗକୁ ଫେରିବା ଉଚିତ୍। ଏଥିପାଇଁ ଭାରତ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ। ୟୁକ୍ରେନରେ ପୁଣି ଥରେ ସଂଘର୍ଷ ଉଗ୍ର ରୂପ ନେବା ନେଇ ଭାରତ ଚିନ୍ତିତ। ଭାରତ କହିଛି ମିଳିତ ଜାତିସଂଘର ସିଦ୍ଧାନ୍ତ, ଅନ୍ତର୍ଜାତୀୟ ଆଇନ ଏବଂ ସମସ୍ତ ଦେଶର ସାର୍ବଭୌମତ୍ଵ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଆଧାରରେ ଚାଲିଥାଏ।