thelifelinemedia
Latest Odisha News, Breaking News Today

ଦୀପାବଳିରେ ଚମକିବ ସୁନା, ୧୦ ଗ୍ରାମ ପିଛା ଦର ୫୩ ହଜାର ଟଙ୍କା ଛୁଇଁପାରେ

ନୂଆଦିଲ୍ଲୀ,୧୦/୧୦: ଦୀପାବଳିରେ ଚମକିବ ସୁନା । ୧୦ ଗ୍ରାମ ପିଛା ଏହି ମୂଲ୍ୟବାନ ହଳଦିଆ ଧାତୁ ଦର ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବଜାର ସୂତ୍ରରୁ ଜଣାପଡ଼ିଛି । ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରାୟ ୧୨% ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି । ଏହା ସହିତ ବିଭିନ୍ନ ରାଷ୍ଟ୍ରର ଷ୍ଟକ ବଜାରରେ ଅସ୍ଥିରତା ଲାଗି ରହିଛି । ଏଭଳି ସ୍ଥିତିରେ ସୁନା ଏବେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହ ଏହାର ଦରରେ ବୃଦ୍ଧି ଘଟୁଛି ।

ଦୀପାବଳି ସୁଦ୍ଧା ଦେଶରେ ୧୦ ଗ୍ରାମ ପିଛା ସୁନା ଦର ୫୩,୦୦୦ ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରଫିଟ୍‌ ବୁକିଂ ବି ସୁନା ଦରକୁ ବଢ଼ାଇପାରେ। ସମ୍ପ୍ରତି ଡଲାର ତୁଳନାରେ ଟଙ୍କାର ପତନ ମଧ୍ୟ ଏହି ଧାତୁକୁ ମହଙ୍ଗା କରୁଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୮୨ ପାର କରି ୮୨.୪୦ରେ ପହଞ୍ଚିଛି ।+++

Leave A Reply

Your email address will not be published.