thelifelinemedia
Latest Odisha News, Breaking News Today

ଜଟିଳ ହେଉଛି ଦିନେଶ-ଦୀପିକା ବିବାଦ

ବ୍ରହ୍ମପୁର ୦୭/୧୦: ଦିନେଶ୍-ଦୀପିକା ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। କେତେବେଳେ ଘରେ ପରିବାରବର୍ଗ ତ ଆଉ କେତେବେଳେ ଚାବି ପକେଇ ବାହାରେ। ଏସବୁ ଭିତରେ ଦୀପିକା ନ୍ଯାୟ ଦାବିରେ ଧାରଣା ଜାରି ରଖିଛନ୍ତି। ତାଙ୍କ ଧାରଣା ଏବେ ପହଞ୍ଚିଛି ୬୬ ଦିନରେ ପହଞ୍ଚିଛି। ତେବେ ଏପର୍ଯ୍ଯନ୍ତ ଦିନେଶଙ୍କ ଦେଖା ମିଳିନି। ଏହା ଭିତରେ ଦିନେଶଙ୍କ ମାଆ ଓ ଦୀପିକାଙ୍କ ମଧ୍ଯରେ ଦାଣ୍ଡ ଦୁଆରେ କଳି ଝଗଡ଼ା ଏହି ବିବାଦକୁ ଆହୁରି ଜଟିଳ କରିଦେଇଛି। ପୁଣି ଚର୍ଚ୍ଚାରେ ଧାରଣାରେ ବସିଥିବା ଦୀପିକା। କିଛି ଦିନ ପୂର୍ବରୁ ଶାଶୂଘର ଲୋକେ ଘର ଛାଡିଥିଲେ। ଗତକାଲି ଶାଶୂଘର ଲୋକେ ଘର ଭିତରକୁ ପ୍ରବେଶ କରିବା ବେଳେ ଦୀପିକାଙ୍କ ଧାରଣା ସ୍ଥଳର ପାଲ ଚିରି ଦେଇଥିଲେ ବୋଲି ଦୀପିକା ଅଭିଯୋଗ କରିଥିଲେ।

୬୬ ଦିନ ହେଲା ପ୍ରେମିକ କେ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର କେ ଦୀପିକା।  ଘର ଆଗରେ ଦୀପିକା ଟେଣ୍ଟ୍ ଲଗାଇ ବସିଥିବା ବେଳେ ଶାଶୁ ଘର ପରିବାରବର୍ଗ ଲୋକେ ଟେଣ୍ଟ୍ ଫୋଫାଡି ଚିରି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ କରିଛନ୍ତି ଦୀପିକା। ଯେକୌଣସି ପରିସ୍ଥିତି ଉପୁଯିବ ସେଥିପାଇଁ ଦିନେଶଙ୍କ ପରିବାରବର୍ଗ ହିଁ ଦାୟି ରହିବେ ବୋଲି ଦୀପିକା କହିଛନ୍ତି। ନ୍ଯାୟ ନମିଳିଲେ ଶେଷରେ ଆସନ୍ତା ଅକ୍ଟୋବର ୧୩ରେ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବି ବୋଲି ଦୀପିକା କହିଛନ୍ତି।

Leave A Reply

Your email address will not be published.