thelifelinemedia
Latest Odisha News, Breaking News Today

ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ସହ ଦୁର୍ଘଟଣା

ଅହମ୍ମଦାବାଦ: ଦେଶୀ ବୁଲେଟ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ  ସହିତ ଲଗାତାର ଦ୍ଵିତୀୟ ଦିନ ଦୁର୍ଘଟଣା ଘଟିଛି। ଗୁଜରାଟରେ ଶୁକ୍ରବାର ଲଗାତାର ଦ୍ଵିତୀୟ ଥର ଟ୍ରେନ ସହ ମଇଁଷିଙ୍କ ଧକ୍କା ହୋଇଛି। ଆଉ ଟ୍ରେନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ଘଟିଛି।

ଏହା ପୂର୍ବରୁ ଗୁରୁବାର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳେ ଗୁଜରାଟରେ ମଇଁଷିଙ୍କ ଏକ ଦଳ ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ରେଲଓ୍ଵେ ସୁରକ୍ଷା ବଳ(ଜିଆରପି) ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପଶ୍ଚିମ ରେଲଓ୍ଵେ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମଇଁଷି ଦଳ ସହ ଧକ୍କା ପରେ ଟ୍ରେନର ହୋଇଥିବା କ୍ଷତିର ମରାମତି କରାଯାଇଛି।

ନିକଟରେ ଚଳାଚଳ ଆରମ୍ଭ କରିଛି ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧୀନଗର ବନ୍ଦେ ଭାରତ ଟ୍ରେନ। ଗୁରୁବାର ପ୍ରାୟ ୧୧ଟା ୧୫ରେ ଗାନ୍ଧିନଗର ଅଭିମୁଖେ ଯାତ୍ରା କରୁଥିବା ଅହମ୍ମଦାବାଦ ନିକଟରେ ଅଚାନକ ଟ୍ରାକ ଉପରକୁ ମଇଁଷିଙ୍କ ଏକ ଦଳ ଚାଲିଆସିବାରୁ ଟ୍ରେନ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଚାରୋଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ରେଲଓ୍ଵେର ବରିଷ୍ଠ ମୁଖପାତ୍ର ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି, ଆରପିଏଫ ଏହି ଘଟଣାରେ ମଇଁଷିଙ୍କ ଅଜ୍ଞାତ ମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

Leave A Reply

Your email address will not be published.