thelifelinemedia
Latest Odisha News, Breaking News Today

ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ହୋଇପାରେ ତୈଳ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ହୋଇପାରେ ତୈଳ ଦର। କାରଣ ତେଲ ଉତ୍ପାଦନରେ ବଡ଼ଧରଣର କାଟ୍ କରିବ ତୈଳ ଯୋଗାଣକାରୀ ରାଷ୍ଟ୍ର ସମୁହ ଓପେକ୍(ଓପିଇଶି+)। ଅଷ୍ଟ୍ରେଲିଆର ଭିଏନାରେ ହୋଇଥିବା ଓପେକ୍ ବୈଠକରେ ତୈଳ ଉତ୍ପାନଦରେ କାଟ୍ ନେଇ ସହମତି ପ୍ରକାଶ ପାଇଛି। ବୁଧବାର ଅଷ୍ଟ୍ରେଲିଆର ଭିଏନାରେ ଓପେକ୍ ଦେଶଗୁଡ଼ିକର ବୈଠକ ହୋଇଥିଲା।

ତୈଳ ରପ୍ତାନୀରେ ଅଭାବ ଯୋଗୁ ପୂର୍ବରୁ ଅନ୍ତର୍ଜାତୀୟ ମାର୍କେଟ୍‌ରେ ଚାପ ଟଣାଟଣି ଅବସ୍ଥା ରହିଛି। ଏଭଳି ଅବସ୍ଥାରେ ତେଲ ଅଧିକ ରପ୍ତାନୀ ପାଇଁ ଆମେରିକା ସମେତ କିଛି ମହାଶକ୍ତି ଚାପ ପକାଉଛନ୍ତି। ଏପରି ଅବସ୍ଥାରେ ଓପେକ୍‌ରେ ତୈଳ ଉତ୍ପାଦନରେ କାଟ୍ କରିବା ନିଷ୍ପତ୍ତି ଆଗକୁ ତେଲ ଦରକୁ ଆହୁରି ବଢ଼ାଇପାରେ।

ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା ଭୟ, ସୁଧହାର ବୃଦ୍ଧି ସହ ଡଲାରକୁ ମଜଭୁତ କରିବା ଆଶାରେ ଗତ ୩ ମାସରେ ତୈଳ ଦର ୧୨୦ ଆମେରିକୀୟ ଡଲାରରୁ ୯୦ ଡଲାରକୁ କରିଦିଆଯାଇଥିଲା। ଏବେ ଓପେକ୍ ତୈଳ ଉତ୍ପାଦନ କମାଇଲେ ପୁଣି ମୂଲ୍ୟ ଭୟଙ୍କର ବୃଦ୍ଧି ହେବ।

Leave A Reply

Your email address will not be published.