ଆହୁରି ୫ ଦିନ ଲାଗି ରହିବ ବର୍ଷା, ଗୁରୁବାର ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଯଦିଓ ଲଘୁଚାପ ଦୁର୍ବଳ ହୋଇଛି, ତଥାପି ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇପଡ଼ିଛି । ଏହା ଏବେ ଆନ୍ଧ୍ର ଉପକୂଳ ବାୟୁମଣ୍ଡଳର ୩.୧ କିଲୋମିଟର ଯାଏ ସକ୍ରିୟ ରହିଛି ।
ତେବେ ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୧.୬ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୭.୫ ମିଲିମିଟର ତୁଳନାରେ ୮୫୫ ପ୍ରତିଶତ ଅଧିକ ରହିଛି ।